ଭଲ ପାଠ ପଢିଲି ଡ଼ିୟୁ ଛତ୍ର ବୃତ୍ତୀ ପାଇଲି, ଉତ୍ସବ ଅନୁଷ୍ଠିତ।

ଚଣ୍ଡିଖୋଲ ୪/୪(କ ବ୍ୟୁ) : ଭଲ ପାଠ ପଢିବି ଡିୟୁ ଛାତ୍ର ବୃତ୍ତି ପାଇବି ଏକ ସ୍ଳୋଗାନ ନୁହେଁ ଏକ ଉତ୍ସାହ ଓ ପ୍ରେରଣା ପ୍ରଦାନ କାରି ଶବ୍ଦ। ଯାହା ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଲାଭ ପ୍ରତି ଆଗ୍ରହ ସୃଷ୍ଟି କରିବା ସହିତ ପିତା ମାତା,ଅଭିଭାବକମାନେ ଏଥିପ୍ରତି ସଚେତନ କରାଇବା ଏହା ର ମୂଖ୍ୟ ଲକ୍ଷ୍ୟ। ଅହି ଅବସରର ଆଜି ଚଣ୍ଡିଖୋଲ ସ୍ଥିତ ଡିୟୁ ପବ୍ଲିକ ସ୍କୁଲ ପରିସରରେ ଆୟୋଜିତ ଛତ୍ର ବୃତ୍ତି ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାବିନାୟ ୱେଲ୍ ଫେୟାର୍ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷା ଡ ସୁଜାତା ମହପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସୁଭଦ୍ରା ରଥ ର ବାଡଗ୍ରାହୀ ରାମକୃଷ୍ଣ ଦାସମହାପାତ୍ର ଯୋଗଦେଇ ଛାତ୍ର ଛାତ୍ରୀ ମାନେ ଭଗବାନ୍ ଙ୍କ ଉପରେ ବିଶ୍ୱାସ ରଖି ନିଜର କର୍ତ୍ତବ୍ୟ କରି ଚାଲିଲେ ସଫଳତା ହାସଲ କରିହୁଏ ବୋଲି କହିବା ସହିତ ପିତା ମାତା,ଗୁରୁ, ଗୁରୁଜନ ମାନଙ୍କୁ ଭକ୍ତି କରିବାକୁ ପରାମର୍ଶ ଦେଇଥିଲେ। ମୂଖ୍ୟ ବକ୍ତା ଭାବେ ଅଷ୍ଟ୍ରେଲିଆ ରେ କାର୍ଯ୍ୟରତ ଡ଼ାକ୍ତର ବିଧୁଭୂଷଣ ମହାପାତ୍ର ଶିକ୍ଷାର ଲକ୍ଷ କେବଳ ଡାକ୍ତର, ଇଞ୍ଜିନିୟର ସୃଷ୍ଟି କରିବା ନୁହେଁ, ଭଲ ମଣିଷ ସୃଷ୍ଟି କରିବା ଶିକ୍ଷାର ଲକ୍ଷ ହେବା ଆବଶ୍ୟକ ବୋଲି କହିବା ସହିତ ଜୀବନର ପ୍ରଥମ ବିଫଳତା ଭବିଷ୍ୟତର ସମସ୍ତ ସଫଳତାର ଚାବିକାଠି ବୋଲି କହିଥିଲେ।ସମ୍ମାନିତ ଅତିଥି ଭାବେ ଡାକ୍ତର ସସ୍ମିତା ମହାପାତ୍ର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଉତ୍ସଗ୍ରୀ କୃତ ଶିକ୍ଷାଦାନ ପିଲା ମାନଙ୍କୁ ଶିକ୍ଷାଦାନ ପ୍ରତି ଆଗ୍ରହ ସୃଷ୍ଟି କରିଥାଏ ବୋଲି କହିଥିଲେ।ବିଦ୍ୟାଳୟ ର ନିର୍ଦ୍ଦେଶକ ଡ ବିଶ୍ୱଜିତ୍ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟତମ ନିର୍ଦେଶକ ଡ ରଞ୍ଜିତ ମହାପାତ୍ର ଉପାଧ୍ୟକ୍ଷ ଜୟଶ୍ରୀ ମହାପାତ୍ର। ପ୍ରୀତିମୟୀ ମହାପାତ୍ର ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ। ଏଥିରେ ଦ୍ଵିତୀୟ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍ ୧୧୯ଜଣ ଛାତ୍ର ଛାତ୍ରୀ ଯେଉଁମାନେ ୯୦ ଶତକଡା ରୁ ଅଧିକ ନମ୍ବର ରଖିଲେ ସେମାନଙ୍କୁ ଏହି ଛାତ୍ର ବୃତ୍ତି ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *