
ପଦ୍ମପୁର (କ. ବ୍ୟୁ. ) : ବରଗଡ ଜିଲ୍ଲା ପଦ୍ମପୁର ଗୋରୁ- ବଜାର ଠାରେ ଉପଖଣ୍ଡ ସ୍ତରୀୟ କୁଡେ ଘରିଆ ଝାଡୁଆ ରଜକ ସମାଜର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ପଦ୍ମପୁର, ପାଇକମାଲ, ଝାରବନ୍ଧ, ଗାଇସିଲେଟର ଝାଡୁଆ ସମାଜର କର୍ମକର୍ତା ଯୋଗଦାନ କରିଥିଲେ l ଉପେନ୍ଦ୍ର ସେଠଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ଅଞ୍ଚଳ ସଭାପତି ଧନବୀର ସେଠ, ସମ୍ପାଦକ ଶ୍ରବଣ ସେଠ, ଉପସଭାପତି ତପନ ସେଠ ସମେତ ଯୋଗଦେଇ ଥିଲେ l ସଭା ର ବିଭିନ୍ନ କ୍ଷେତ୍ରରେ କେମିତି ସମାଜର ଉନ୍ନତି ଶିକ୍ଷାକ୍ଷେତ୍ର ପାଇଁ ସମସ୍ତଙ୍କ ସହଯୋଗ ପାଇଁ ଆଲୋଚନା ହୋଇଥିଲା l ଆଗକୁ ଥିବା ବାର୍ଷିକ ଉତ୍ସବ ପାଇଁ ସଭାରେ ଆଲୋଚନା ହୋଇଥିଲା l ବୈଠକରେ ସମସ୍ତ ମଣ୍ଡଳର ସଭାପତି, ସମ୍ପାଦକ ଓ ସମସ୍ତ କାର୍ଯକର୍ତ୍ତା ଉପସ୍ଥିତ ରହିଥିଲେ l ବୈଶାଖୁ ସେଠ, ମଧୁସୂଦନ ସେଠ, ଶରତ ସେଠ, ଅଚୁତାନନ୍ଦ ସେଠ, ଅଶୋକ ସେଠ, ଗକୁଲା ସେଠ, ଜୟନ୍ତ କୁମାର ସେଠ, ଦାମ ସେଠ,ସାନନ୍ଦ ସେଠ ପାନଲାଲ ସେଠ ଜାତି ଭାଇମାନଙ୍କର ଉନ୍ନତି ଦିଗରେ ସହଯୋଗ କରିବା ପାଇଁ ଶପଥ ନେଇଥିଲେ l