ବାରିପଦା ( କ ବ୍ୟୁ ) ତା୦୬/୦୪/୨୦୨୬ : ଓଡ଼ିଶା ସରକାରଙ୍କ ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ‘ଆସ ବହିଟିଏ କିଣିବା’ କାର୍ଯ୍ୟକ୍ରମ ଅନୁଯାୟୀ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଦ୍ୱାରା ଆସନ୍ତା ନଅ ତାରିଖ ଗୁରୁବାର ପୂର୍ବାହ୍ନ ଘ. ୧୧:୦୦ ମି ରୁ ଅପରାହ୍ନ ଘ. ୪.୩୦ ମି. ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ କେନ୍ଦ୍ରୀୟ ପାଠାଗାର ସମ୍ମୁଖ ଆମ୍ବ୍ରବନ ଛାୟାରେ ଏକ ବହିହାଟର ଆୟୋଜନ କରାଯିବ । ଏଥିରେ ମୟୂରଭଞ୍ଜ ତଥା ବହିରାଗତ ଲେଖକ ଓ ବହି ବିକ୍ରେତାମାନେ ସେମାନଙ୍କର ପୁସ୍ତକମାନ ଧରି ବିଶ୍ୱବିଦ୍ୟାଳୟ ତରଫରୁ ଯୋଗାଇ ଦିଆଯାଇଥିବା ଷ୍ଟଲ୍ରେ ବହି ବିକ୍ରି କରିପାରିବେ ବୋଲି ବିଶ୍ୱବିଦ୍ୟାଳୟ ତରଫରୁ ପ୍ରକାଶ କରାଯାଇଛି । ଏ ଅବସରରେ ଏକ ଓଡ଼ିଆ କବିତା ପାଠୋତ୍ସବ ମଧ୍ୟ ଆୟୋଜନ କରାଯିବ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)