ପାଳଲହଡ଼ା ମହୋତ୍ସବ-୨୦୨୬ ର ତୃତୀୟ ତଥା ଶେଷ ଦିନରେ ଭବ୍ୟ ଆୟୋଜନ

ପାଳଲହଡ଼ା ., ତାରିଖ: ୩୦.୦୩.୨୦୨୬ :
ପାଳଲହଡ଼ା ମହୋତ୍ସବ-୨୦୨୬ ର ତୃତୀୟ ତଥା ଶେଷ ଦିନରେ ଭବ୍ୟ ଆୟୋଜନ ଦେଖିବାକୁ ମିଳିଲା। ଏହି ଉତ୍ସବର ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ମୃଦୁଲା ଠାକୁର, ଅଧ୍ୟକ୍ଷା ବିକାଶ ଫାଉଣ୍ଡେସନ ଟ୍ରଷ୍ଟ, ମୁଖ୍ୟ ବକ୍ତା ଭାବରେ ଶ୍ରୀ ଦୁର୍ଗା ଚରଣ ତନ୍ତୀ, ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବରେ ପାଳଲହଡ଼ାର ବିଧାୟକ ତଥା ମହୋତ୍ସବର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ ମହାନ୍ତି, , ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ସେଠୀ, ଉପଖଣ୍ଡ ଆରକ୍ଷୀ ଅଧିକାରୀ, ପାଳଲହଡ଼ା, ସୁଶ୍ରୀ ଆକାଂକ୍ଷା ମହାପାତ୍ର, ତହସିଲଦାର, ସୁଶ୍ରୀ ବିଦ୍ୟୁସ୍ମିତା ସାହୁ, ଡେପୁଟି କଲେକ୍ଟର ସୁଶ୍ରୀ ସୌମ୍ୟା ଶ୍ରୀ ପରିଡ଼ା, ଡେପୁଟି କଲେକ୍ଟର ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ମହୋତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବଲିଉଡର ଗାୟକ ଦେବ ନେଗିଙ୍କ ପରିବେଷଣ, ପ୍ରଜ୍ଞା ଓ ଶଙ୍କରଙ୍କ ହାସ୍ୟରସ ପରିବେଷଣ, ପାରମ୍ପରିକ ଛଉ ନାଚ ସହିତ ସ୍ଥାନୀୟ କଳାକାରଙ୍କ ପ୍ରଦର୍ଶନ ଲୋକଙ୍କ ମନ ମୋହିଥିଲା। ଶେଷ ଦିନରେ ୨୦,୦୦୦ରୁ ଅଧିକ ଜନସମାଗମ ହୋଇ ମହୋତ୍ସବର ଗୌରବ ବୃଦ୍ଧି କରିଥିଲେ। ମେଳାରେ ବିଭିନ୍ନ ଦୋକାନୀଙ୍କ ବ୍ୟବସାୟ ପ୍ରାୟ ୨୦ ଲକ୍ଷ ହୋଇଥିଲା।
ବିଧାୟକ ଶ୍ରୀଯୁକ୍ତ ଅଶୋକ ମହାନ୍ତି ଏହି ସୁଯୋଗରେ କହିଛନ୍ତି, ” ପାଳଲହଡ଼ା ମହୋତ୍ସବ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ଏହା ଆମ ପାଳଲହଡ଼ାର ଏକ ପରିଚୟ। ଆମର ପ୍ରାଚୀନ କଳା, ସଂସ୍କୃତି ଏବଂ ପରମ୍ପରାର ସଂରକ୍ଷଣ ପାଇଁ ଏହିଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ଆମ ପାଇଁ ଗର୍ବର ବିଷୟ।”
ଏହି ମହୋତ୍ସବର ସଫଳତା ପାଇଁ ବିଧାୟକ ତଥା ମହୋତ୍ସବର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ ମହାନ୍ତି ଏବଂ ମହୋତ୍ସବର ଆବାହକ ତଥା ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ପଟେଲଙ୍କ ନେତୃତ୍ୱରେ ସମଗ୍ର ପାଳଲହଡ଼ା ପ୍ରଶାସନ ଓ ଜନସାଧାରଣଙ୍କ ସହଯୋଗ ପ୍ରଶଂସନୀ ଅଟେ।

Leave a Reply

Your email address will not be published. Required fields are marked *