“ଉଦଳା ମହାବିଦ୍ୟାଳୟ ଓଡ଼ିଆ ବିଭାଗର ଆଲୋଚନା ଚକ୍ର”

ବାରିପଦା/ଉଦଳା(କ:ବ୍ଯୁ) ତା୨୪/୦୩/୨୦୨୬
ମୟୂରଭଞ୍ଜ ଜିଲ୍ଲା ଉଦଳା ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ଚଳିତ ଶିକ୍ଷା ବର୍ଷ ୨୦୨୫-୨୬ର ତୃତୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି ।ଏହି ପାଠଚକ୍ରର ବିଷୟବସ୍ତୁ ଥିଲା ”ଓଡ଼ିଆ ସାହିତ୍ୟର ଅନୁବାଦର ପ୍ରଭାବ ” । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀକାନ୍ତ କୁମାର ପଟେଲ ଯୋଗଦେଇ ଅନୁବାଦର ପରମ୍ପରା ଓ ଭୂମିକା ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । ସ୍ଵତନ୍ତ୍ର ଅତିଥି ଭାବରେ ମହାବିଦ୍ୟାଳୟର ବରିଷ୍ଠ କିରାଣୀ ଶ୍ରୀଯୁକ୍ତ ରଜତ ସୋରେନ ଯୋଗଦେଇ ଛାତ୍ର ଛାତ୍ରୀଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ।ମୁଖ୍ୟବକ୍ତା ଭାବରେ ସଂସ୍କୃତ ବିଭାଗର ଅଧ୍ୟାପିକା ହେଲିନା ଦାସ ଯୋଗଦାନ କରିଥିଲେ ଏବଂ ସଂସ୍କୃତ ସାହିତ୍ୟରୁ ଓଡ଼ିଆକୁ କିପରି ଅନୁଦିତ କରି କାବ୍ୟ ଗ୍ରନ୍ଥ ରଚନା କରାଯାଇଅଛି ସେ ବିଷୟରେ ତର୍ଜମା କରିଥିଲେ ।ବିଭାଗର ମୁଖ୍ୟ ଅଧ୍ୟାପକ ସନ୍ତୋଷ କୁମାର ଜେନା ସଭା ପରିଚାଳନା କରିଥିଲେ ।ବିଭାଗର ଅନ୍ୟାନ୍ୟ ଅଧ୍ୟାପିକା ଅନିତା ଦଳେଇ ,ରୋଜାଲିନ କିସ୍କୁ ଓ ଡକ୍ଟର ପୂର୍ଣ୍ଣିମା ପରୀକ୍ଷା ପାଠ ଚକ୍ର ସମ୍ଭଦୀୟ ବକ୍ତବ୍ୟ ପ୍ରଦାନ କରିଥିଲେ ।ବିଭାଗର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *