
ପାରାଦୀପ : ପାରାଦୀପ କନକ ଟିଭି ଚ୍ୟାନେଲ ପାରାଦୀପ ପ୍ରତିନିଧି ରଶ୍ମି ରଞ୍ଜନ ରାଉତ୍ ଗତ ଦୁଇଦିନ ତାଳେ ବିଳମ୍ବିତ ରାତ୍ରୀରେ କୌଣସି କାରଣ ବସତ୍ ଦୁର୍ଘଟଣା ଘଟି ବାରୁ ତାଙ୍କୁ ପ୍ରଥମେ ପାରାଦ୍ଵୀପ ନିକଟ ସୀଙ୍ଗିଟାଳି ରେ ନୁଆ କରି ଖୋଲା ଯାଇଥିବା କେ ଏମ ଏସ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଥିଲା l ଗତ କାଲି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲ କୁ ପଠାଇ ଦିଆ ଯାଇଥିଲା l ସେଠାରେ ଡକ୍ଟର ତାଙ୍କୁ ମୃତ କରିଥିବାର ଖବର ପାଈ ପାରାଦୀପ ଓ ଜଗତସିଂହପୁର ଜିଲ୍ଲାରେ ସମସ୍ତ ବୁଦ୍ଧି ଜିବି ଜନ ସାଧାରଣ ମର୍ମାହତ ହୋଇ ପଡିଥିବା ଜଣାଯାଇଛି l ପରେ ତାଙ୍କୁ ତାଙ୍କର ନିଜର ବାସଭବନ ଅଣାଯାଇ ଥିବା ସମୟରେ ତାଙ୍କ ମର୍ ଶରୀରରେ ପାରାଦୀପ କାର୍ଯ୍ୟ ରତ ସାମ୍ବାଦିକ ତରଫରୁ ପୁଷ୍ପ ମାଲ୍ୟ ଅର୍ପଣ କରାଯିବା ସହ କାର୍ଯ୍ୟ ରତ ସାମ୍ବାଦିକ ଙ୍କ ଗହଣ ରେ ସ୍ୱୋଭା ଯାତ୍ରାରେ ନିଜ ବାସ ଭବନ କୁ ନେବା ସହ କାର୍ଯ୍ୟ ରତ ସାମ୍ବାଦିକ ଙ୍କ ସହ ଯୋଗରେ ଅନ୍ତିମ ସଂସ୍କାର ମଧ୍ୟ କରାଯାଇ ଥିଲା l ଆଜି କାର୍ଯ୍ୟରତ ସାମ୍ବାଦିକ ଙ୍କ ତରଫରୁ ବିଜୁ ମେମୋରିଆଲ ଟ୍ରଷ୍ଟ ରେ କନକ ପ୍ରତିନିଧି ରଶ୍ମି ରଞ୍ଜନ ରାଉତ୍ ଙ୍କର ଶୋକ ସଭା ପାଳନ କରାଯାଇ ଥିଲା l ଏଥିରେ ପାରାଦୀପ ର ସମସ୍ତ ସାମ୍ବାଦିକ ଯୋଗ ଦେଇ ଥିବା ବେଳେ ପାରାଦୀପ ପୌର ପରିଷଦ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବସନ୍ତ କୁମାର ବିଶ୍ଵାଳ ଯୋଗ ଦେଇ ଥିବା ଦେଖିବାକୁ ମିଳିଥିଲା l ଏଥି ସହ ମଞ୍ଚାସିନ ଅତିଥି ଙ୍କ ମଧ୍ୟରେ ବିଜୁ ଜନତା ଦଳରେ ପାରାଦୀପ ନଗର ସଭାପତି କୁମର ବର୍ ନାୟକ ଯୋଗ ଦେଇ ଥିବା ବେଳେ ବହୁ ବରିଷ୍ଟ ସାମ୍ବାଦିକ ବନ୍ଧୁ ଶୁକଦେବ ଜେନା, ଶରତ ରାଉତ, ଭାଗିରଥି ମଲିକ ପ୍ରମୁଖ ଯୋଗ ଦେଇ ମୃତ ରଶ୍ମି ରଞ୍ଜନ ରାଉତ୍ ଙ୍କ ଫୋଟ ଚିତ୍ରରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଥିଲେ l ପାରାଦୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ୍