ପ୍ରାଥମିକ ଶିକ୍ଷକ/ ଶିକ୍ଷୟିତ୍ରୀ (ନୂତନ ପେନସନ ଯୋଜନା ଭୁକ୍ତ)ଙ୍କ ବାର୍ଷିକ ବନ୍ଧୁମିଳନ

ପାଳଲହଡ଼ା : ଆଜି ଅଦ୍ୟ ତା ୨୯/୦୩/୨୦୨୬ ରିଖ ରେ ଖେମଳା ଇକୋ ପାର୍କ ନିକଟରେ ୪୩୭ ଜଣ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ(ନୂତନ ପେନସନ ଯୋଜନା ଭୁକ୍ତ) ଙ୍କ ବାର୍ଷିକ ବନ୍ଧୁମିଳନ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ସଭାରେ ସଂଘର ସ୍ଥାୟୀ ସଭାପତି ଶ୍ରୀଯୁକ୍ତ ବୁଟୁ ଦେହୁରୀ ସଭାପତିତ୍ବ କରିଥିଲେ। ସଭାର ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପୃଷ୍ଟି (ଜିଲ୍ଲା ପ୍ରାଥମିକ ମହାସଂଘର ଆବାହକ), ସମ୍ମାନିତ ଅତିଥି ଅନ୍ତର୍ଯ୍ୟାମୀ ବେହେରା(ଜିଲ୍ଲା ସାଧାରଣ ସମ୍ପାଦକ), ସରୋଜ କୁମାର ପାଳ (ବ୍ଲକ ସଂଘ ସମ୍ପାଦକ), ଖଗେଶ୍ବର ସାହୁ (ବ୍ଲକ କୋଷାଧ୍ୟକ୍ଷ) ମଞ୍ଚାସୀନ ଥିଲେ। ଉପଦେଷ୍ଟା କମିଟିର ସଦସ୍ୟ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବେହେରା ଅତିଥି ପରିଚୟ ପ୍ରଦାନ କରିବା ସହିତ ସରୋଜ କୁମାର ପାଳ ବାର୍ଷିକ ବିବରଣୀ ପାଠ କରିଥିଲେ। କିଶୋର କୁମାର ନାୟକ ମଞ୍ଚ ପରିଚାଳନା ଦାୟିତ୍ଵ ରେ ଥିବା ବେଳେ ଶେଷ ରେ ଚିନ୍ତାମଣି ଦାଣ୍ଡିଆ ଧନ୍ୟବାଦ୍ ଅର୍ପଣ କରିଥିଲେ। ବିଗତ ବର୍ଷ ଭଳି ଉକ୍ତ ସଭା ରେ ଚଳିତ ଶିକ୍ଷା ବର୍ଷରେ ଅବସର ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଯଥା ଶ୍ରୀଯୁକ୍ତ ପୁରୁଷୋତ୍ତମ ଦାସ୍, ସଢାନନ ବେହେରା, ଯୁଧିଷ୍ଟିର ବେହେରା , ବାଇଧର ପ୍ରଧାନ, ସନ୍ଧ୍ୟାରାଣୀ ସିହ୍ନା, ସଂଯୁକ୍ତା କୁମାରୀ ପ୍ରଧାନ ଏବଂ ବେଦବ୍ୟାସ ବେହେରା ଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *