“ଓଡିଶା ମୁନି ସମାଜର ବାର୍ଷିକ ଅଧିବେଶନ”

ବାରିପଦା-/ଉଦଳା(କ:ବ୍ଯୁ) ଚଳିତ ମାର୍ଚ୍ଚ ୨୧ ଏବଂ ୨୨ ତାରିଖ ଦୁଇ ଦିନ ଧରି ଓଡିଶା ପ୍ରାନ୍ତିୟ ମୁନି ସମାଜର ୪ର୍ଥ ବାର୍ଷିକ ଅଧିବେଶନ ଉଦଳା ତୁଳସୀ କଲ୍ୟାଣ ମଣ୍ଡପ ଠାରେ ନିରାଡମ୍ବର ଭାବେ ଅନୁଷ୍ଠିତ ହୋଇଛି । ପ୍ରଥମ ଦିବସରେ ଓଡିଶା ମୁନି ସମାଜର ଅଧ୍ୟକ୍ଷ ଯୋଗାଚାର୍ଯ୍ୟ ବସନ୍ତ ମୁନିଙ୍କ ସଭାପତିତ୍ୱରେ ମଂଚ ପରିଚାଳନା ସୁଚାରୁ ରୂପେ ହୋଇଥିଲା । ଅଖିଳ ଭୂ ମଣ୍ଡଳୀୟ ସର୍ବଶିରମଣି ମୁନି ସମାଜ, ଗରଖପୁରର ଅଧ୍ୟକ୍ଷ ମୁନିଶ୍ୱର ନିରଞ୍ଜନ ପଣ୍ଡିତ ମୁଖ୍ୟ ଅତିଥି ବାବେ ଯୋଗଦାନ କରିଥିଲେ । ଓଡିଶାର କୋଣ ଅନୁକୋଣରୁ ଆତ୍ମଜ୍ଞାନୀ ଯୋଗାଚାର୍ଯ୍ୟ ଦାମଦୋର ମୁନି, ସୁଧାଂଶୁ ମୁନି, ଜନ୍ମେଜୟ ମୁନି, ରବିନ୍ଦ୍ର ମୁନି, ଅଭୟ ମୁନି, ନାରାୟଣ ମୁନି, ଅନାଦୀ ଚରଣ ମୁନି, ଦୁଃଶାସନ ମୁନି,ପ୍ରଫୁଲ୍ଲ ମୁନି,ପ୍ରଶାନ୍ତ ମୁନି ଏବଂ କେନ୍ଦ୍ରୀୟ ମହାମନ୍ତ୍ରୀ ଯୋଗୀ ସୁରେଶ ପ୍ରସାଦ ମହାନ୍ତ ନିଜ ନିଜ ବକ୍ତବ୍ୟରେ ଯୋଗଦ୍ୱାରା ସୁଖ, ଶାନ୍ତି, ଆନନ୍ଦ ଏବଂ ନିରୋଗ ରହିବା ସାଙ୍ଗକୁ ସୁସ୍ଥ ସମାଜ ଗଠନ ବିଷୟରେ ବିସ୍ତୃତ ଆଲୋକପାତ କରିଥିଲେ । ସ୍ଥାନୀୟ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ମୁନିମତୀ ଆରତି ବାଳା ସାହୁ ଏବଂ ମୁନି ସନ୍ତୋଷ କୁମାର ସାହୁ ମୁଖ୍ୟ ସଂଯୋଜକ ଭାବେ ସମ୍ପୁର୍ଣ୍ଣ କାର୍ଯ୍ୟକୁ ତୁଲାଇଥିଲେ । କେନ୍ଦ୍ରର କୋଷାଧ୍‌କ୍ଷ ମୁନି ଭାବାନୀ ଶଙ୍କର ପାତ୍ର ତାଙ୍କ ବକ୍ତବ୍ୟରେ ଆଦି ଯୋଗେଶ୍ୱର ଶ୍ରୀମୁନିଙ୍କର ଜନ୍ମସ୍ଥାନ ହରପୁର ମଚ୍ଛାଗର ଠାରେ ମୁନିଶ୍ବର ପଣ୍ଡିତ ଙ୍କ କରକମଳରେ ଗୁରୁଧାମ ନିର୍ମାଣ ନିମନ୍ତେ ଭୂମି ପୂଜନ କାରାଯାଇଥିବା ପ୍ରକାଶ କରିବା ସଙ୍ଗେ ସଙ୍ଗେ ଗୁରୁଧାମ ନିର୍ମାଣ ନିମନ୍ତେ ମୁକ୍ତ ହସ୍ତରେ ସହଯୋଗ କରିବା ନିମନ୍ତେ ନିବେଦନ କରିଥିଲେ । ଉଦ୍‌ଯାପନି ଦିବସରେ ନୂତନ ସଦସ୍ୟ ଗ୍ରହଣ ସାଙ୍ଗକୁ ଶିବ ମୁନିଙ୍କର ସର୍ବାଙ୍ଗପୂର୍ଣ୍ଣ ସାଧନ ପ୍ରଦର୍ଶନ କରାଯାଇଥିଲା । ଅଧିବେଶନ ଟିକୁ ପ୍ରଚାର ପ୍ରସାର ମନ୍ତ୍ରୀ ଯୋଗାଚାର୍ଯ୍ୟ ମୁକ୍ତିକାନ୍ତ ସିଂ ଓ ମୁନି ଯୋଗେଶ୍ୱର ମହାନ୍ତ ସମ୍ପୁର୍ଣ୍ଣ ପରିଚାଳାନା କରିଥିଲେ ।
କଲ୍ୟାଣୀ ମନ୍‌ଡପର ମୁଖ୍ୟ ସ୍ନେହଲତା ଦେବୀଙ୍କୁ ଅନୁଷ୍ଠାନ ତରଫରୁ ଉପଢୌକନ ଓ ମଲ୍ୟାର୍ପଣ ମୁନିଶ୍ୱର ନିରଞ୍ଜନ ଦାସଙ୍କ ହସ୍ତରେ ଅର୍ପଣ କରାଯାଇ ସମ୍ମନିତ କରାଯାଇଥିଲା । ସର୍ବଶେଷରେ ମୁନିଶ୍ୱର ସମସ୍ତ ଉଦଳା ଅଂଚଳ ବାସୀଙ୍କ ମଙ୍ଗଳ କାମନା କରି ଅଧିବେଶନକୁ ପରିସମାପ୍ତି କରିଥିଲେ ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *