ଭାଇଚାରା ର ପର୍ବ ଇଦ, ଉଲ୍ଫି ତର ପାଳିତ

ଵଡଚଣା , ୨୨/୦୩( କ ବ୍ୟୁ  ) : ମୁସଲମାନ ସାମ୍ପ୍ରଦାୟର ଗଣ ପର୍ବ ଇଦ ଉଲ ଫିତର ବଡ଼ଚଣାର ବିଭିର୍ଣ୍ଣ ସ୍ଥାନରେ ଆନନ୍ଦଉଲ୍ଲାସ ର ସହିତ ପାଳିତ ହୋଇଯାଇଛି l ରମଜାନ ମାସର ଶେଷ ଦିନ ଦ୍ଵିତୀୟା ଚାନ୍ଦ ଦେଖାଯିବ ପରଦିନ ଇଦ ପର୍ବ ପାଳନ କରାଯାଏ l ମୁସଲମାନ ଭାଇ ଭଉଣୀ ମନେ ତିରିଶ ଦିନ ଉପବାସ  ବା ରୋଜା ରଖିଥାନ୍ତି l ଦିନତମାମ ବିନ୍ଦୁଏ ପାଣି ଗ୍ରହଣ କରିନଥାନ୍ତି l ସୂରର୍ଯ୍ୟାସ୍ତ ହେବାପରେ ଆଜାନ ଶୁଣି ରୋଜା ଭଙ୍ଗକରି ନମାଜ କଲାପରେ ଖାଦ୍ୟ ଗ୍ରହଣ କରିଥାନ୍ତି l ଇଦ ଚାନ୍ଦ ଦେଖିବା ପବିତ୍ର ଓ ପୁଣ୍ୟ ବୋଲି କୁହାଯାଏ l ଇଦ ପର୍ବଦିନ ସମସ୍ତେ ନୂତନ ବସ୍ତ୍ର ପରିଧାନ କରିଥାନ୍ତି l ପରେ ଇଦଗାହା ପଡିଆରେ ଏକତ୍ରିତ ହୋଇ ସମୂହ ନମାଜ ପାଠକରି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା, ମାନବଜାତିର କଲ୍ୟାଣ, ଭାଇଚାରା ସୃଷ୍ଟି ପାଇଁ ଆଲ୍ଲା ଙ୍କୁ ପ୍ରାର୍ଥନା କରିଥାନ୍ତି l ପରେ ପରସ୍ପରକୁ ଆଲିଙ୍ଗନ କରି ଇଦ ମୁବାରକ ଜଣାଇଥାନ୍ତି l ଘରେଘରେ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ ହୋଇଥାଏ l ଅତିଥି ମାନଙ୍କୁ ମିଠା ଫଳ, ଖଜୁରୀ, ଲଚ୍ଛାରେ ପ୍ରସ୍ତୁତ କ୍ଷୀରି ଦିଆଯାଇଥାଏ l ଏହି ଅବସରରେ ମୁସଲମାନ ଭାଇଭଉଣୀ ମାନଙ୍କୁ ଇଦ ମୁବାରକ ଜଣାଇବା ସହିତ ଇଦ୍ ପର୍ବ ଭାଈ ଚାରା ପର୍ବ ବୋଲି କହିଥିଲେ ବଡଚଣା ବିଧାୟକ ଅମର ନାୟକ ,ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ ଓ ବଡ଼ଚଣା ବିଜେଡି ନେତା କ୍ୟାପଟେନ ରlଜନlରlୟାଣ ମହାପାତ୍ର  ସମଗ୍ର ବଡ଼ଚଣା ନିର୍ବାଚନ ମଣ୍ଡଳୀର ମୁସଲମାନ ଭାଇ ଭଉଣୀ ମାନଙ୍କୁ ଇଦ୍ ପର୍ବ ଶୁଭେଚ୍ଛା  ଜଣାଇଛନ୍ତି l  ଅନ୍ୟ ମାନଙ୍କ ମଧ୍ୟରେ ନିଶିମଳl ପଲ୍ଲୀମଙ୍ଗଳ ସଭାପତି ସଞ୍ଜୟ କୁମାର ସ୍ୱାଇଁ ସୁଙ୍ଗୁଡା ପଞ୍ଚାୟତ ସଭାପତି ପ୍ରିୟବର୍ତ୍ତ ଖିଲାର ,ସାମ୍ବାଦିକ ପ୍ରସନ୍ନ ବିଶ୍ୱାଳ,  ଯୁବ ସମାଜ ସେବୀ  ଯଚିନ୍ଦ୍ର ନାୟକ, କିଶୋର ପଲେଇ ପ୍ରମୁଖ ଉପସ୍ଥିତ ଥିଲେ l ମୌଲାନା ସାକିର୍ ହୋସେନ୍ ହବିବି  ନମାଜ ପାଠ କରିବା ସହିତ ଦେଶ ଓ  ରାଜ୍ୟର କଲ୍ଯାଣ ପାଇଁ ଆଲ୍ଲା ଙ୍କ ନିକଟରେ ଦୁଆ ପାଠ କରିଥିଲେ l ଏହାକୁ ବସ୍ତିର ସର୍ଦାର ଅମଜ଼ାଦ ହୋସେନ, ସେକ ସବିରୁଦ୍ଦିନ, ମସିର ଆଲମ୍, ସେକ୍ ସିକନ୍ଦର ଆଲାମ, ମହମ୍ମଦ ରୀୟାଜ୍ , ରିୟାଯୁଦ୍ଦିନ ଖାଁ, ଅବଦୁଲ ହନାନ, ମହମ୍ମଦ ଅୟାସ  ,ମୁସ୍ତାକ ଅଲ୍ଲୀ ଖାନ୍, ସମେତ ବସ୍ତି ମୁରବି ସମଦ ହୋସେନ,  ଅୟୁବ ହୋସେନ , ମହମ୍ମଦ ଅୟାସ ପ୍ରମୁଖ ପରିଚାଳନା କରିଥିଲେ l ଏଥିସହିତ ଦର୍ପଣୀ, ବାତୋ, ଚାରିନଙ୍ଗଳ, ନଳିପୁର, ଅରଖପୁର ଆଦି ଗ୍ରାମ ମାନଙ୍କରେ ଇଦ ପର୍ବ ଆନନ୍ଦ ଉଲ୍ଲାସ ର ସହିତ ପାଳିତ ହୋଇଯାଇଛି l

Leave a Reply

Your email address will not be published. Required fields are marked *