(ମାନଗୋବିନ୍ଦ ସ୍ବାଇଁ)
ଖରାରେ ପଖାଳ ଦେହକୁ ଉତ୍ତମ
ଦେହ ପାଇଁ ବହୁ ଭଲ
ଖରା ଦିନ ଥଣ୍ଡା ପେଟକୁ ଯେ ଥଣ୍ଡା
ପଖାଳ ତୋରାଣି ଭଲ।
ପଖାଳ ଭାତକୁ ଶୁଖୁଆ ଯେ ପୋଡା
ଭାତ ଗୁଣ୍ଡା ଉଠେ ବେଶି
ମନ ଭରି ଖାଉ ଶାନ୍ତି ଲାଗି ଥାଏ
ଶୋଜେ ନିଦ ଆସେ ପସି।
ପଖାଳ ଭାତକୁ ବଡ଼ି ଚୁରା ଶାଗ
ଖାଇବାକୁ ଲାଗେ ମଜା
ତାହାର ସାଙ୍ଗରେ ଚୂନା ମାଛ ଭଜା
ବ୍ୟଞ୍ଜନ ପାଖରେ ସଜା।
ମୁନିକା ସାଙ୍ଗକୁ ବାଇଗଣ ଭର୍ତ୍ତା
ପଖାଳ ଭାତରେ ଦହି
ଗୋଳାଇ ଗାଳଇ ଖାଇଦେଲେ ଥରେ
କେତେ ମଜାଲାଗେ ତହିଁ।
ଓଡ଼ିଆ ପଖାଳ ସ୍ବାସ୍ଥ୍ୟକୁ ମଙ୍ଗଳ
ରହିଛି ବିଜ୍ଞାନ ଚିନ୍ତା
ଖରାରେ ଦିନରେ ପଖାଳ ଖାଇଲେ
ସୁସ୍ଥ ଶରୀରର ବାର୍ତ୍ତା।
ପଖାଳ ଦିବସ ପଖାଳ ସାହସ
ଗରୀବ ଶାହା ଭରସା
ବାର ମାସ ଚଳେ ପଖାଳ ଉପରେ
ପଖାଳ ଆହାର ଆଶା।
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା