
ବଡ଼ଚଣା/ଚଣ୍ଡୀଖୋଲ,୨୦/୩( କ ବ୍ୟୁ ) : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ରଇପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରଇପୁର ଗ୍ରାମର ପୁରାତନ ଛାତ୍ର ତଥା ରଇପୁର ଆଞ୍ଚଳିକ ସାଧାନକେନ୍ଦ୍ର ସଂଯୋଜକ ହିମାଂଶୁ ଭୂଷଣ ଜେନା ରଇପୁର ସରକାରୀ ଉଚ୍ଚ ବିଦ୍ୟାଳୟର ମୋ ସ୍କୁଲ୍ ଅଭିଯାନ (ପଞ୍ଚ ସଖା ଶିକ୍ଷା ସେତୁ ) କୁ କୋଡ଼ିଏ ହଜାର ଟଙ୍କା ଦାନ କରି ଏକ ଉଦାହରଣ ସାଜିଛନ୍ତି। ଏହି ଅର୍ଥ ରାଶି ଛାତ୍ର ଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବାରେ କିଛି ମାତ୍ରାରେ ସହାୟକ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ମୋ ସ୍କୁଲ୍ ଅଭିଯାନ( ପଞ୍ଚ ସଖା ଶିକ୍ଷା ସେତୁ ) ସରକାରଙ୍କ ଏକ ବହୁ ଆଦୃତ ପଦକ୍ଷେପ ଯେଉଁଥିରେ ମୋ ସ୍କୁଲ୍ ଅଭିଯାନ ଜମା ଖାତା ରେ ଜମା ହୋଇଥିବା ଅର୍ଥ ରାଶିର ଦୁଇ ଗୁଣା ଅର୍ଥ ରାଶି ସରକାର ପ୍ରଦାନ କରିଥାନ୍ତି ଓ ସେଥିରେ ବିଦ୍ୟାଳୟର ବହୁ ଉନ୍ନତିମୂଳକ କାର୍ଯ୍ୟ ହୋଇଥାଏ। ପ୍ରକାଶଥାଉକି ହିମାଂଶୁ ଭୂଷଣ ଜେନା ଜଣେ ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ କବି ଓ ଆଦର୍ଶ ଶିକ୍ଷକ ଭାବେ ଏ ଅଞ୍ଚଳରେ ଜଣାଶୁଣା। ସେ ଦୀର୍ଘ ଦିନ ଧରି ଶିକ୍ଷା ଦାନ ସହ ରକ୍ତଦାନ, ଜଳସେବା, ବୃକ୍ଷ ରୋପଣ ପରି ବିଭିନ୍ନ ସେବାମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଆସିଛନ୍ତି। ତାଙ୍କର ଏହି ମହନୀୟ କାର୍ଯ୍ୟ ପାଇଁ ମୋ ସ୍କୁଲ୍ ଅଭିଯାନର ସଭାପତି ଉମେଶ ଚନ୍ଦ୍ର ସେନାପତି ଧନ୍ୟବାଦ ଦେବା ସହ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।