

ଗାଇସିଲେଟ , (କ ବ୍ୟୁ ) : ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ଆମ ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲକ PM.SHRI ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଓ କ୍ରୀଡା ପ୍ରତିଯୋଗିତା କାର୍ଯ୍ୟକ୍ରମ ମହା ସମାରୋହରେ ପାଳିତ ହୋଇଯାଇଛି l ଏହି ଉତ୍ସବରେ ଅତିଥି ଗାଇସିଲେଟ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ପ୍ରଣୟ କୁମାର ସାହୁ ଜିଲ୍ଲାପରିଷଦ ଶ୍ରୀମତୀ ଝରଣା ପାଣିଗ୍ରାହୀ ସମିତି ସଭ୍ୟା ମୁଖ୍ୟ ଅତିଥି,ଶ୍ରୀମତୀ ଅଞ୍ଜନା ସେଟ, ସରପଞ୍ଚ ଶ୍ରୀ ଶରତ କାଲୋ, ଜ୍ଞାନୀ ଡ. ଶ୍ରୀ ସୁନୀଲ କୁମାର ପଣ୍ଡା ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଅବସର ଉକ୍ତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଆନନ୍ତରlମ ପଣ୍ଡା, S. M. C. ସଭ୍ୟ ତ୍ରିଲୋଚନ ପଣ୍ଡା, ଫକୀର ଦୀପ ଓ ସଭ୍ୟ ସଭ୍ୟା ମଞ୍ଚାସିନ ଥିଲେ l ଏହି ବିଦ୍ୟାଳୟର ପୁରୁଣା ଇତିହାସ ଡ଼.ସୁନୀଲ ପଣ୍ଡା ବର୍ଣନା କରିଥିଲେ l ବିଦ୍ୟାଳୟର ଉନ୍ନତି କରଣରେ କିଛି ପ୍ରସ୍ତାବ ରଖିଥିଲେ ଓ SMC ସଭ୍ୟ ଫକୀର ଦୀପ ଓ ତ୍ରିଲୋଚନ ପଣ୍ଡାଙ୍କ ବିଦ୍ୟାଳୟ ପାରିପାର୍ଶ୍ଵିକ ପରିବେଶ ସୁରକ୍ଷା ପ୍ରସ୍ତାବକୁ ସମିତି ଅଧ୍ୟକ୍ଷ ଓ ସରପଞ୍ଚ ସ୍ୱୀକାର ଯୋଗ୍ୟ ବୋଲି ସମସ୍ତ ଗ୍ରହଣ କରିଥିଲେ l ଗାଇସିଲେଟ ବ୍ଲକ ପରିସୀମାରେ ଥିବା ବିଦ୍ୟାଳୟ ଗୁଡ଼ିକରୁ ଏହି ବିଦ୍ୟାଳୟର ସମସ୍ତ କ୍ଷେତ୍ରରେ ଉଚ୍ଚ କୋଟିର ଜଣାପଡେ l ଶିକ୍ଷା, ସଂକୃତି ଓ କଳା ପ୍ରତ୍ୟେକ ମହଲରେ ଜଣାଶୁଣା ଓ ସ୍ଥାନ- ଆଗରେ କହିଲେ ଅତ୍ୟୁକ୍ତି ହେବନାହିଁ l ଆମ ରାଜ୍ୟସ୍ତରରେ ଛୋଟରୁ ବଡ଼ ସମସ୍ତ ବିବରଣୀରେ ନାଁ ଉଲ୍ଲେଖ ରହିଥାଏ l ଆଜିବି ଏହି ବିଦ୍ୟାଳୟ ପୂର୍ବ ଭଳି ନାଁ ରଖିଛି ଓ ରଖିବ ମଧ୍ୟ l ବିଦ୍ୟାଳୟରେ ଥିବା ସ୍କାଉଟ ଛାତ୍ର ଶାନ୍ତି ବାତାବରଣ ବଜାଏ ରଖି ପ୍ରଶଂସିତ ହେଲେ l ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭରସା ଯୋଗ୍ୟ ଶିକ୍ଷା ହେତୁ ସ୍କୁଲ ପରିବେଶ ଶାନ୍ତକ୍ଲାନ୍ତ ଜଣା ପଡୁଥିଲା l ମଞ୍ଚର ରଙ୍ଗୀନ ମଞ୍ଚରେ ସମସ୍ତଙ୍କ ଭିତରେ ଭାତୃତ୍ୱ ସମ୍ପର୍କ ଅସୀମ ରହିଥିଲା l ସ୍କୁଲ ସଭାପତି ପ୍ରଧାନ ଶିକ୍ଷକ ଶ୍ରୀ ଅନୀଲ କୁମାର ବେହେରା ତାଙ୍କ ବିଦ୍ୟାଳୟ ପରୀକ୍ଷାଫଳ ପ୍ରଶଂସନୀୟ ଅଟେ l ଉତ୍ସବର ଆକର୍ଷଣୀୟ ଯେ ଛୋଟ ଛୋଟ ଛାତ୍ରଛାତ୍ରୀ କଳା ସଂସ୍କୃତିରେ ବେଶ ଉପଭୋଗ୍ୟ ଏବଂ ଏହାକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏପରି ଶିକ୍ଷା ଦେଇଥିଲେ ତାହା ଅବର୍ଣ୍ଣନୀୟ l ଏହାକୁ ଉପଭୋଗ କରିବାକୁ ଛାତ୍ର ଙ୍କ ମାବାପା ଓ ଅଞ୍ଚଳର ଲୋକେ ଉପସ୍ଥିତ ହୋଇଥିଲେ l ଶିକ୍ଷକଙ୍କ ଗୁଣଗାନ କରି ଲୋକେ ରାଜନୀତି କ୍ଷେତ୍ରରେ ସହଯୋଗକୁ ବହୁତ ପ୍ରଶଂସା କରି ରାତ୍ରିଭୋଜନ ସାରି ଖୁସିରେ ବାହୁଡ଼ି ଥିଲେ l