
ପୁରୀ, ୧୯/୩ (ବଳରାମ ତ୍ରିପାଠି) : ଅପରେସନ ଚକ୍ର ଅଭିଯାନରେ ଟାଉନ ଥାନା ପୁଲିସ ୪ ଜଣକୁ ଗିରଫ କରିବା ସହ ବ୍ରାଉନ ସୁଗାର ଜବତ କରିଛି l ଅଭିଯୁକ୍ତ ମାନେ ହେଲେ ସୁଆର ସାହିର ଡାଲମା ଓରଫ ଦିପକ ସୂଆର(୩୬), ପଥୁରିଆ ସାହିର ବିକାଶ ଓରଫ ଭବାନୀ ଶଙ୍କର ମଙ୍ଗରାଜ (୩୨), ପାଣ୍ଡ ଜାଗା ନିକଟର କୁନା ଓରଫ ରଘୁନାଥ ନନ୍ଦ (୩୫),ମାର୍କଣ୍ଡେଶ୍ୱର ସାହି ନୂଆପାଟଣା ଲେନର ଜିତା ଓରଫ ଆଶୁତୋଷ ଦାସ (୩୨) l ଅଭିଯୁକ୍ତଙ୍କ ଠାରୁ ୧୦. ୯୦ଗ୍ରାମ ବ୍ରାଉନ ସୁଗାର, ୨ ଟି ମୋବାଇଲ ଓ ୮୦୦ଟଙ୍କା ଜବତ କରାଯାଇଛି l ଗତ ବୁଧବାର ସନ୍ଧ୍ୟାରେ ଲୁଚି ଛପି ଜଗନ୍ନାଥ ବଲ୍ଲଭ ବହୁ ତଳ ପାର୍କିଂ ପାଖରେ ବ୍ରାଉନ ସୁଗାର ବିକିବା ପାଇଁ ତିନି ଜଣ ବେପାରୀଙ୍କ ସହ ମୁଲଚାଲ କରୁଥିବା ବେଳେ ଟାଉନ ଥାନା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ଚଢାଉ କରି ସମସ୍ତ ୪ ଜଣ କୁ ଗିରଫ କରିବା ସହିତ ତାଠାରୁ ୧୦.୯୦ ଗ୍ରାମ୍ ବ୍ରାଉନ ସୁଗାର , ୨ ଗୋଟି ମୋବାଇଲ ଫୋନ୍ ଏବଂ ୮୦୦ ଟଙ୍କା ଜବତ କରିଛି । ଏନ୍. ଡି. ପି.ଏସ. ଆକ୍ଟରେ ୧୭୫/୨୦୨୬ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି l ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି l ଅଭିଯୁକ୍ତ ମାନଙ୍କ ନାମରେ ପୂର୍ବରୁ ମଧ୍ୟ ବ୍ରାଉନ ସୁଗାର କେସ ସମେତ ଆକ୍ରମଣ ଓ ହତ୍ୟା ଉଦ୍ୟମ ପରି ସଙ୍ଗିନ୍ ମାମଲା ବିଭିନ୍ନ ଥାନାରେ ରହିଥିବା ନେଇ ପୁଲିସ ସୂତ୍ରରୁ ଜଣାଯାଇଛି l