


ରାଜଗାଙ୍ଗପୁର:- (କା.ବ୍ୟୁ)୧୮ ମାର୍ଚ୍ଚ ୨୦୨୬ :- ରାଜଗାଙ୍ଗପୁର ବ୍ଳକ ରାମାବାହାଳ ସ୍ଥିତ ସ୍କାନ ଷ୍ଟିଲ ଲିମିଟେଡ଼ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ କାରଖାନା ପରିସରରେ ଆୟୋଜିତ ହୋଇଯାଇଛି। ଅଧ୍ୟକ୍ଷ ରାଜେଶ ଗଡ଼ୋଡିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ମୋଟ ୪୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । କମ୍ପାନିର ମାନବ ସମ୍ବଳ ବିଭାଗର ମୁଖ୍ୟ ହରିଓମ୍ ମିଶ୍ର ଏହି ଶିବିର ଶୁଭାରମ୍ଭ କରିଥିଲେ। ଏହି ଶିବିରରେ କାରଖାନାର ଅଧିକାରୀ, କର୍ମଚାରୀ ଓ ସ୍ଥାନୀୟ ଅଞ୍ଚଳର ସ୍ୱେଚ୍ଛାସେବୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ରାଉରକେଲା ସରକାରୀ ଡାକ୍ତରଖାନାର ଡାକ୍ତର ପବିତ୍ର କୁମାର ପଲେଇ, କୌଶଳ ରଣା, ଶୁଭେନ୍ଦୁ ନାୟକ ଶିବିର ପରିଚାଳନା କରିଥିଲେ । କାରଖାନାର ମାନବ ସମ୍ବଳ ବିଭାଗର ସିନିୟର ମ୍ୟାନେଜର ହରିଓମ୍ ମିଶ୍ର, ସହାୟକ ମ୍ୟାନେଜର ଶ୍ରୀବତ୍ସ ନାୟକ, ସ୍ମୃତି ରଞ୍ଜନ ନାୟକ, ଲୋକସମ୍ପର୍କ ବିଭାଗର ବରିଷ୍ଠ ପ୍ରବନ୍ଧକ ସୁବ୍ରତ ନାୟକ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।
(ରାଜଗାଙ୍ଗପୁର ରୁ ଅବଦୁଲ ରଜାକ ଖାନ ଙ୍କ ରିପୋର୍ଟ )