ମୀନ ସଂକ୍ରାନ୍ତି

ବର୍ଷାଦ୍ଯ ବୈଶାଖ ବିଷୁବ ସଂକ୍ରାନ୍ତି
ପୂଜା ବୀର ହନୁମାନ,
ଜ୍ଯେଷ୍ଠ ସଂକ୍ରାନ୍ତିରେ ପୁତ୍ର-ପୁତ୍ରୀ ବ୍ରତ
ଧର୍ମରାଜ ଆରାଧନ ।🙏

ଆଷାଢ଼ ସଂକ୍ରାନ୍ତି ରଜ-ପର୍ବ ଆମ୍ଭ
ଧରିତ୍ରୀ-ମାତା ପୂଜନ,
ଶ୍ରାବଣ କର୍କଟ ସଂକ୍ରାନ୍ତିରୁ ଇନ୍ଦ୍ର
ବର୍ଷନ୍ତି ଜଳ ଭୀଷଣ ।🦚

ଭାଦ୍ରବ କୁ ସିଂହ ସଂକ୍ରାନ୍ତି’ର ମାନ
ଶ୍ରୀକ୍ଷେତ୍ରେ ଝୁଲଣ ଯାତ,
ଆଶ୍ୱିନ ରେ ପ୍ରଭୁ ବିଶ୍ବକର୍ମା ପୂଜା
ବିଧି ନିର୍ମାଣ ମାହାତ୍ମ୍ୟ ।🚂

ଶାରଦୀୟ ପ୍ରୀତି ଶୁଭେଚ୍ଛା ମହକେ
ପାର୍ବଣର ଆଗମନ,
କାର୍ତ୍ତିକେ ଗର୍ଭଣା ସଂକ୍ରାନ୍ତିରେ ଧାନ
ଶସ୍ଯ-କ୍ଷେତରେ ପୂଜନ ।🌾

ବିଛା ସଂକ୍ରାନ୍ତିରେ କାର୍ତ୍ତିକେୟ ପୂଜା
ଲକ୍ଷ୍ମୀମାସ ମାର୍ଗଶିର ,
ପୌଷ ମାସ ଧନୁ ସଂକ୍ରାନ୍ତିରେ ମୁଆଁ
ଭୋଗ ଦେବଦେବୀଙ୍କର ।🛕

ମାଘ ମାସ ଶୁଭ ମକର ସଂକ୍ରାନ୍ତି
ପିଠା-ପଣାର ମହକ,
ମକର ଚାଉଳ ଜଗନ୍ନାଥେ ଅର୍ଘ୍ୟ
ବନ୍ଧୁ-ପ୍ରୀତିର କୁହୁକ ।🥰

ଫଗୁଣ ସଂକ୍ରାନ୍ତି କୁମ୍ଭମେଳା ହେଲେ
ଚୈତ୍ର ସଂକ୍ରାନ୍ତି ଯେ’ ମୀନ,
ଉତ୍କଳ ସଂସ୍କୃତି ମହକିତ ପ୍ରୀତି
ଶୁଭେଚ୍ଛା ଅଭିନନ୍ଦନ ।🌹

ଶମ୍ଭୁନାଥ ଦାସ (ମୁଖ୍ଯ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା / କୋଲକାତା

Leave a Reply

Your email address will not be published. Required fields are marked *