

ରାଜଗାଙ୍ଗପୁର 🙁 କ ବ୍ୟୁ ) ୧୧/୦୩/୨୬ – ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା ଅଞ୍ଚଳରୁ ଗତ ସୋମବାର ସନ୍ଧ୍ୟାରୁ ନିଖୋଜ ଥିବା ଜଣେ ୭ବର୍ଷୀୟ ନାବାଳିକା ସ୍କୁଲ ଛାତ୍ରୀଙ୍କ ମୃତଦେହ କୁ ପୋଲିସ ଆଜି ବୁଧୁବାର ଅପରାହ୍ନରେ ଗ୍ରାମ ଠାରୁ କିଛି ଦୂରରେ ଥିବା ଜଙ୍ଗଲ ପାହାଡ଼ ଚଟାଣ ତଳୁ ଉଦ୍ଧାର କରିଛି। ନାବାଳିକା କୁ ତଣ୍ଟି ଚିପି ହତ୍ୟା କରିବା ପରେ ନିକଟସ୍ଥ ଏକ ଜଙ୍ଗଲର ପାହାଡ଼ ଚଟାଣ ତଳେ ଲୁଚାଇ ରଖିଥିବା ଅଭିଯୋଗ ରେ ଜଣେ ସ୍ତାନୀୟ ଯୁବକକୁ ଗିରଫ କରି ଅଧିକ ତଦନ୍ତ କରୁଛି ପୋଲିସ । ଏସପି ନିଜେ ଉପସ୍ଥିତ ରହି ମାମଲାର ତଦାରଖ କରୁଥିବା ବେଳେ ଘଟଣା ଟି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଗତ ୯ ତାରିଖ ଦିନ ସ୍କୁଲ ଛୁଟି ହେବା ପରେ ଶିଶୁ କନ୍ୟା ଘରକୁ ଫେରିବା ପରେ ସନ୍ଧ୍ୟାରେ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ତାଙ୍କର କୌଣସି ପତ୍ତା ନ ମିଳିବାରୁ ୧୦ ତାରିଖ ସୋମବାର ସକାଳୁ ନିଖୋଜ ନାବାଳିକା ର ମାମୁ ଥାନାରେ ଏତଲା ଦେଇଥିଲେ । ଏତଲା ପାଇବା ପରେ ଗତ କାଲି ଠାରୁ ରାଜଗାଙ୍ଗପୁର ପୋଲିସ ନିଖୋଜ ନାବାଳିକା ସନ୍ଧାନରେ ଲାଗିପଡ଼ିଥିଲେ । ପୁନର୍ବାର ଆଜି ସକାଳୁ ଅଗ୍ନିଶମ ବିଭାଗ ଓ ସନ୍ଧାନୀ କୁକୁର ର ସହ ପୋଲିସ ଅଧିକାରୀ ଗ୍ରାମ ଆଖପାଖରେ ଖୋଜାଖୋଜି କରିବା ଆରମ୍ଭ କରିଥିଲା। ଏହି ମାମଲାରେ ରାଜଗାଙ୍ଗପୁର ପୋଲିସ କିଛି ସ୍ତାନୀୟ ଯୁବକଙ୍କୁ ସନ୍ଦେହରେ ଅଟକ ରଖି ଜେରା କରିଥିଲା । ପୋଲିସ ଜେରା ବେଳେ ଅଟକ ଯୁବକଙ୍କ ମଧ୍ୟରୁ ଜଣେ ଯୁବକ ନାବାଳିକାକୁ ତଣ୍ଟି ଚିପି ହତ୍ୟା କରିଥିବା ନେଇ ସ୍ୱୀକାର କରିବା ସହ ମୃତଦେହ ଲୁଚାଇ ରଖିଥିବା ଜାଗା ପୋଲିସ କୁ ଦେଖାଇଥିଲା । ଏସପି ଓ ଦୁଇ ଜଣ ଅତିରିକ୍ତ ଏସପି ଦଳ ବଳ ସହ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସହ ପହଞ୍ଚି ନାବାଳିକାର ମୃତଦେହକୁ ଜବତ କରିଥିଲେ । ଏହି ମାମଲାରେ ପୋଲିସ ନାବାଳିକାର ଗ୍ରାମ ନିକଟରେ ରହୁଥିବା ଅଭିଯୁକ୍ତ ଯୁବକକୁ ପୋଲିସ ଗିରଫ କରି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ମୃତଦେହକୁ ଶବ ଵ୍ୟଵଛେଦ ପାଇଁ ରାଜଗାଙ୍ଗପୁର ସିଏଚସି କୁ ପଠାଇଛି। ତେବେ ନାବାଳିକାକୁ ଦୁଷ୍କର୍ମ କରାଯାଇଛି କି ନାହିଁ ତାହା ବ୍ୟବଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।
(ରାଜଗାଙ୍ଗପୁର ରୁ ଅବଦୁଲ ରଜାକ ଖାନ ଙ୍କ ରିପୋର୍ଟ )