
ପାରାଦୀପ : ପାରାଦୀପ ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ, ଜନ ନାୟକ ବିଜୁ ପଟ୍ଟନାୟକ ଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ମହା ଆଡମ୍ବରରେ ପାଳନ କରାଯାଇ ଥିବା ଦେଖିବାକୁ ମିଳିଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ପାରାଦୀପ ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ସମ୍ବିଦ ରାଉତ୍ ରାୟ, ଜାଗତ ସିଂହ ପୁର ବିଜୁ ଜନତା ଦଳର ମହିଳା ସଭାନେତ୍ରୀ ଲୋରା ମହାପାତ୍ର, କୁଜଙ୍ଗ ବ୍ଲକ ଅଧ୍ୟକ ମୀନାରାଣୀ ବେହେରା,ବିଜୁ ଜନତା ଦଳ ଓଡ଼ିଶା ସମ୍ପାଦକ ପ୍ରମୋଦ କୁମାର ଜେନା, ଜଗତ ସିଂହ ପୁର ମହିଳା ଉପ ସଭାନେତ୍ରି ସବିତା ମହାପାତ୍ର , ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ବସନ୍ତ କୁମାର ବିଶ୍ଵାଳ, ବିଜୁ ଜନତା ଦଳ ପାରାଦୀପ ର ସଭାପତି କୁମର ବର୍ ନାୟକ ଓ ବହୁ ବିଜୁ ଜନତା ଦଳର ବହୁ ନେତ୍ରୁ ମଣ୍ଡଳୀ ଯୋଗ ଦେଇ ବିଜୁ ପଟ୍ଟନାୟକଙ୍କ ଜମ୍ନ ଜୟନ୍ତୀ ପାଳନ କରିଥିବା ଦେଖିବାକୁ ମିଳିଥିଲା l ସାରା ଦେଶରେ ଓଡ଼ିଶା ରେ ବିଜୁ ପଟ୍ଟନାୟକ ଜନ୍ମ ଜୟନ୍ତୀ ପାଳନ କରୁଥିବା ବେଳେ ଆଜି ପାରାଦୀପ ରେ ବିଜୁ ପଟ୍ଟନାୟକ ୧୧୦ ତମ ଜନ୍ମ ଜୟନ୍ତୀ ମହାଆଡମ୍ବର ରେ ପାଳନ କରାଯାଇ ଥିଲା l ଗତ କିଛି ଦିନ ତଳେ ବିଜୁ ଜନତା ଦଳ ଦୁଇ ପାରାଦୀପ ରେ ଦୁଇ ଭାଗ ହୋଇ କାର୍ଯ୍ୟ କରୁଥିବା ବେଳେ ଆଜି ଦୁଇ ଗୋଷ୍ଟି ଏକତ୍ରିତ ହୋଇ ଗୋଟିଏ ମଞ୍ଚରେ ସଭା କରିବା ଏକ ବଡ ରହସ୍ୟ କୁ ପଦାରେ ପକାଉ ଥିବା ଜଣା ଯାଇଛି l ଆଗକୁ ପଞ୍ଚାୟତ ଓ ପୌର ପରିଷଦ ନିର୍ବାଚନ ଥିବାକୁ ନେଇ ପୁଣି ପାରାଦୀପ ବିଜେଡ଼ି ଏକ ତ୍ରିତ୍ ହେବା ଜଣା ଯାଇନି ତ, ଯାହାକି ପୂର୍ବରୁ ପାରାଦୀପ ର ପୂର୍ବତନ ବିଧାୟକ ସମ୍ବିଦି ରାଉତ୍ ରାୟ ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ବସନ୍ତ ବିଶ୍ବାଳଙ୍କ ଉପରେ ଖପା ଥିବା ବେଳେ ତାଙ୍କ୍ ଗିଷ୍ଟିର କର୍ମୀ ମାନେ ବସନ୍ତ ବିଶ୍ବାଳ ଙ୍କୁ ବିଭିନ୍ନ କଥା ଆକ୍ଷେପ କରୀ ମିଦିଆ ଆଗରେ କହିଥିବା ବେଳେ ଆଜି କିପରି ପୁଣି ଏକାଠି ହୋଇ ଗୋଟିଏ ମଞ୍ଚରେ ବସିଥିବା କୁ ନେଇ କର୍ମୀ ଓ ଜନ ସାଧାରଣ ଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଁକି ମାରୁଛି l ଖୋଦ୍ ପୂର୍ବତନ ବିଧାୟକ ସେ କିଏ ଜାଣି ନ ଥିବା କହୁଥିବା ବେଳେ ଆଜି ଗୋଟିଏ ମଞ୍ଚରେ ଏକାଠି ବସିଥିବା ଦଳୀୟ ଜନସାଧାରଣ ଙ୍କ ମନରେ ଚିନ୍ତା ଓ ପରିତାପର ବିଷୟ ପାଲଟି ଥିବା ଦେଖିବାକୁ ମିଳିଛି l ପାରାଦୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ୍