

ବାରିପଦା/ ଉଦଳା(କ:ବ୍ଯୁ) ତା୦୧\୦୩\୨୦୨୬ : -ବାଲେଶ୍ବରରୁ ପ୍ରକଶ ପାଉଥିବା ଦୈନିକ ଖବର କାଗଜ “ଧ୍ବନି ପ୍ରତି ଧ୍ବନି”ର ଲୋକ ପ୍ରୀୟତାରୁ ଉଦଳାରେଗଢି ଉଠିଥିବା ପାଠକ ମଞ୍ଚ ଓ ଉଦଳା ସାହିତ୍ୟ ସଂସଦର ମିଳିତ ବାର୍ଷିକୋତ୍ସବ ପ୍ରତିବର୍ଷ ଭଳି ସ୍ଥନିୟ ସନ୍ଧାନଗୃହ ପରିସରରେ ଆଜିମାର୍ଚ ୧ ତାରିଖ ରବିବାର ଦିନ ପାଳିତ ହୋଇଯାଇଛି।ଏହି ମଞ୍ଚରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏକଲ ଅଭିଜାନ ପକ୍ଷରୁ “ବିରତ ସେବାବ୍ରତୀ ସମ୍ମିଳନୀ” ମଧ୍ଯ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଦିବସ ବ୍ଯାପି କବିତା ପାଠୋତ୍ସବ,ଆଲୋଚନାଚକ୍ର ଓ ସମ୍ବର୍ଦ୍ଧନା ପ୍ରଦାନ ପର୍ବ
ଅନୁଷ୍ଠିତ ହୋଇଥିଲା।ପ୍ରାରମ୍ଭରେ ସାହିତ୍ଯିକ ପ୍ରଫୁଲ୍ଲ କୁମାର ଖିଲାର ଓ ନମିତା ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ କବିତାପଠରେ ବହୁସଂଖ୍ଯାରେ କବି ଓ କବୟିତ୍ରି ମାନେ ସ୍ବରଚିତ କବିତା ପାଠ କରିଥିଲେ।ଏହାପରେ ସ୍ଥାନୀୟ ବଧାୟକ ଶ୍ରୀଯୁକ୍ତ ଭାସ୍କର ମଢେଇ କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିବା ସହ ଆୟୋଜକ ମନଙ୍କର ଉଦ୍ଯମକୁ ଭୂୟସୀ ପ୍ରସଂଶା କରିଥିଲେ।ଧ୍ବନିପ୍ରତିଧ୍ବନି ପାଠକ ମଞ୍ଚର ଆବାହିକା ତଥା ଉଦଳା ବିଜ୍ଞପିତ ଅଞ୍ଚଳ ପରିଷଦର ନଗରପାଳ ଶ୍ରୀମତୀ ପ୍ରମିଳା ପଣ୍ଡା କାର୍ଯ୍ଯକ୍ରମରେଅଧ୍ଯକ୍ଷତା କରି ଉଦଳାରେ ସାରସ୍ବତ ସାଧନାକୁ ଶାଣିତ କରିବାରେ ଧ୍ବନି ପ୍ରତିଧ୍ବନି ଖବର କାଗଜ କିପରି ଭୂମିକା ନେଇପାରିଛି ବ୍ଯକ୍ତ କରିଥିଲେ। ଅନ୍ଯମାନଙ୍କ ମଧ୍ଯରେ ଧ୍ବନି ପ୍ରତିଧ୍ବନିର ପରିଚାଳକ ଶ୍ରୀଯୁକ୍ତ ସୃଷ୍ଟିଧର ପରିଡା,ଉଦଳା ସାହିତ୍ଯ ସଂସଦର ପ୍ରତିଷ୍ଠାତା ଡ କୁମାର ଗୋପାଲ, ଏକଲ ଅଭିଜାନର ରଥୁ ମହାନ୍ତ,ରେଡିଓ ବାଘାଯତିନ୍ର ନିର୍ଦେଶିକା ମୀନତି ବିନ୍ଧାଣୀ ପ୍ରମୁଖ ମଞ୍ଚାସୀନ ଅତିଥି ଭାବରେ ଯୋଗ ଦେଇ ଦେଶ ଗଠନରେସାମ୍ବାଦିକ ମାନେ କିପରି ଭୂମିକା ନେଉଛନ୍ତି ସେଥିର ବିସ୍ତ୍ରୁତ ବର୍ଣ୍ଣନା କରିଥିଲେ। ଏହା ପରେ ବସନ୍ତ କୁମାର ପରିଡା,ଭୋଳାନାଥ ସାହୁ,ଆନନ୍ଦ ଦାସ,ଦୀନବନ୍ଧୁ ବାରିକ,ତୁଷିର ମହାନ୍ତି,ରୁପାଇ ବାସ୍କେ,ବିଜୟ କୁମାର କମିଳା,ସନ୍ତୋଷ ବେହେରା, ଭକ୍ତିପ୍ରକାଶ ମୁନି ମହାରାଜ,ଦେବକୀ ମହାନ୍ତ,ଗୀତାଞ୍ଜଳି ପଣିଗ୍ରାହୀ,ପ୍ରଦୀପ ଚାଟାର୍ଜୀ ପ୍ରମୁଖଙ୍କୁ ମାନପତ୍ର, ଉତରୀୟ ଓ ପୁଷ୍ପଗୁଚ୍ଛ ଅର୍ପଣ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।ମନୋରଞ୍ଜନ ମଲିକ ପ୍ରାରମ୍ଭରେ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସୁବ୍ରତ କୁମାର ମହାନ୍ତି କର୍ଯ୍ଯକ୍ରମର ଶେଷ ସ୍ପର୍ଶ ଦେଇଥିଲେ।କାର୍ଯ୍ଯକ୍ରମକୁ ସଫଳ।କରିବାରେ ରେଡିଓ ବାଘାଯତିନ୍,ଜନଜଗୃତି ମଞ୍ଚ,ଷ୍ଟାର ଓ ଏକଲ ଅଭିଯାନର କର୍ମି ମାନେ ସହଯୋଗ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)