ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କର ୧୧୦ ତମ ଜନ୍ମ ଜୟନ୍ତି ଓଜିଲ୍ଲା ସାଂଗଠନିକ କର୍ମକର୍ତ୍ତାଙ୍କ ସମ୍ବର୍ଦ୍ଧନା ସଭା

ବାରିପଦା/ଉଦଳା(କ:ବ୍ଯୁ) ୦୫/୩ : – ଉଦଳା ନିର୍ବାଚନ ମଣ୍ଡଳୀ କାର୍ଯ୍ୟାଳୟରେ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନଙ୍କ ସଭାପତିତ୍ୱରେ ପ୍ରବାଦ ପୁରୁଷ କିମ୍ବଦନ୍ତୀ ମହାପୁରୁଷ, ମୁକୁଟ ବିହିନ ସମ୍ରାଟ, ଓଡ଼ିଆ ଜାତିର ପ୍ରତୀକ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ୧୧୦ ତମ ଜନ୍ମ ଜୟନ୍ତି ପାଳନ ହୋଇଯାଇଅଛି । ଉକ୍ତ ସଭାରେ ଜିଲ୍ଲାର ପୂର୍ବତନ କାର୍ଯ୍ୟକାରୀ ସଭାପତି ତଥା କୃଷି ନିଗମର ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଏବଂ ବାରିପଦା ପୂର୍ବତନ ନଗରପାଳ ଜିତେନ୍ଦ୍ର ମହାନ୍ତି ଯୋଗଦେଇ ବିଜୁ ବାବୁଙ୍କର ଜୀବ ଦଶାରେ ଓଡ଼ିଶା ନିର୍ମାଣ କ୍ଷେତ୍ରରେ ଯେଉଁ କାର୍ଯ୍ୟକ୍ରମ କରିଛନ୍ତି ଆଜି ତାହା ଓଡ଼ିଆ ଲୋକମାନେ ଉପଭୋଗ କରୁଥିବାର ଦର୍ଶାଇଥିଲେ । ମଞ୍ଚାସୀନ ଅତିଥି ଜିଲ୍ଲାର ସାଧାରଣ ସଂପାଦକ ମନୋଜ ମହାନ୍ତି, ବରିଷ୍ଠ ନେତା ପ୍ରତାପ ଚନ୍ଦ୍ର ସାହୁ, ନରେନ୍ଦ୍ର ମୋହନ ରାଉତ, ସଂପାଦକ ଅଭିମନ୍ୟୁ ମଣ୍ଡଳ, ପୂର୍ବତନ ନଗରପାଳ ସୌଭାଗ୍ୟ କୁମାର ସାହୁ, ଜିଲ୍ଲା ସଂପାଦକ ବନମାଳି ବେହେରା, ଉପସଭାପତି ଶଶଧର ସ୍ୱାଇଁ, ସଂପାଦକ ଘନଶ୍ୟାନ ମହାନ୍ତ, ରାଜୀବ ଲୋଚନ ଦାସ, ଅରୁଣ ନାଏକ, ଉପାଧ୍ୟକ୍ଷ ଲିଲି ଭୋଳ, ଜିଲ୍ଲାପରିଷଦ ଲଳିତା ବିଶୋଇ, ସୁଶାନ୍ତି ସିଂ, ଉର୍ମିଳା ସେଠୀ ପ୍ରମୁଖ ଯୋଗଦେଇ ବିଜୁବାବୁଙ୍କର ଦକ୍ଷତା, ସାହସିକତା ଏବଂ ନାରୀ ଜାତି ମାନଙ୍କ ପାଇଁ ରାଜନୀତି ତଥା ସାମାଜିକ କ୍ଷେତ୍ରରେ ଯେଉଁ ଅବଦାନ ରହିଛି ତାହା କେବେ ଭୁଲି ହେବ ନାହିଁ । କପ୍ତିପଦା ବ୍ଲକର ସଭାପତି ପ୍ରଶାନ୍ତ କୁମାର ବେହେରା, ଉଦଳା ବ୍ଲକ୍ ସଭାପତି ଗୋବିନ୍ଦ ଚନ୍ଦ୍ର ନାୟକ, ଗୋପବନ୍ଧୁନଗର ବ୍ଲକ୍ ସଭାପତି ସତ୍ୟବାନ ଉପାଧ୍ୟାୟ, ଯୁବ ନେତା ତପନ ମହାନ୍ତି, ନାରୀ ନେତ୍ରୀ ବିଜୟା ବାରିକ, ମମତା ଟୁଡୁ, ଯମୁନା ହେମ୍ବ୍ରମ, ମାନେ ଯୋଗଦେଇ ଉଦଳା ନିର୍ବାଚନ ମଣ୍ଡଳୀ ପ୍ରତି ବିଜୁ ବାବୁଙ୍କର ଅବଦାନ ଏ ଜାତି ଏବଂ ମାଟି ଥିବା ପର୍ଯ୍ୟନ୍ତ ବଞ୍ôଚ ରହିବ ବୋଲି ପ୍ରକାଶ କରିଥିଲେ । ଅନେକ ବ୍ୟକ୍ତାମାନେ ବ୍ୟକ୍ତବ୍ୟ ଛଳରେ କହିଥିଲେ କି ବିଜୁ ବାବୁଙ୍କ ଆଶୀର୍ବାଦରେ ଆମ ଅଞ୍ଚଳରେ ଉଚ୍ଚଶିକ୍ଷାର ବିକାଶ ନିମନ୍ତେ ଉଦଳା କଲେଜ ସ୍ଥାପନ କରିଥିଲେ । ଗରିବ ହଟେଇବା ପାଇଁ କୃଷି ଏବଂ କୃଷକର ବିକାଶ ନିମନ୍ତେ କାଳ ମଧ୍ୟମ ଜଳସେଚନ ପ୍ରକଳ୍ପ (କାଳ ଡ଼େମ) ଏବଂ ତାଙ୍କରି ପ୍ରଚେଷ୍ଟାରେ “ସୁନେଇ ଡ଼େମ” ମଧ୍ୟ ନିର୍ମାଣ କ କରାଇଥିଲେ । ଆଇନଜୀବି ରଜତ୍ ମହାପାତ୍ର, ପ୍ରହଲ୍ଲାଦ ଦାସ, ଈଶ୍ୱର ସୋରେନ୍ ରଞ୍ଜନ ନାଏକ ଏବଂ ବହୁକ ର୍ମୀ ଭାଇ ଭଉଣୀମାନେ ଆଗାମୀ ଦିନରେ ବିଜୁ ଜନତା ଦଳର ସଂଗଠନକୁ ଆହୁରି ମଜବୁତ୍ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।
ଆଜିକାର ଜନ୍ମ ଜୟନ୍ତି ପାଳନ ସଭାକୁ ସରସ ସୁନ୍ଦର କରିବାପାଇଁ କପ୍ତିପଦା ବ୍ଲକ୍‌ର ଯୁବନେତା ଆଶିଷ କୁମାର ଦାସ, ଶୈଳେସ ବିଶ୍ୱାଳ, ପ୍ରତାପ ଚନ୍ଦ୍ର ବେହେରା, ପାଗାନ ମୁର୍ମୁ ଏବଂ ଅନ୍ୟମାନେ ସହଯୋଗ କରିଥଲେ । ଶେଷରେ ଜିଲ୍ଲା ସଂଗଠନର ସାଧାରଣ ସଂପାଦକ ଅମୀୟ କୁମାର ବଳ, ସମସ୍ତ ମଞ୍ଚାସୀନ ନେତୃମଣ୍ଡଳୀ ଏବଂ ଉପସ୍ଥିତ ବିଜୁ ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *