ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

ବାରିପଦା(କ:ବ୍ଯୁ)
ତା୨୮/୦୨/୨୦୨୬
ବାରିପଦା ସହର ଅନ୍ତର୍ଗତ ତକତପୁର ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଏବଂ ପ୍ଲାନେଟେରିୟମ ଠାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳନ ଉପଲକ୍ଷେ ବକ୍ତୃତା ଏବଂ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ l ନବମ ରୁ ଦ୍ୱାଦଶ ଶ୍ରେଣୀ ବରିଷ୍ଠ ବର୍ଗ କୁଇଜ ପ୍ରତିଯୋଗିତା ରେ ଓଏଭି, ବେତନଟୀ ର ଦିବ୍ୟାଂଶୀ ଦାସ, ମହାରାଜା ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାରିପଦା ର ସ୍ମୃତିରେଖା ପୂର୍ତ୍ତି, ଓଏଭି, ଚାନ୍ଦୁଆ ର ଅନନ୍ୟା ପାଣିଗ୍ରାହୀ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ହୋଇଛନ୍ତି l ସେହିପରି ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କନିଷ୍ଠ ବର୍ଗ କୁଇଜ ପ୍ରତିଯୋଗିତା ରେ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଲକ୍ଷ୍ମୀପୋଷିର ଦିବ୍ୟାସିନୀ ଦାସ,ଓଏଭି,ବାରିପଦା ର ବିବେକ କୁମାର ସୋ, ଓଏଭି, ବେତନଟୀ ର ଲକ୍ଷ୍ମୀପ୍ରିୟା ଜେନା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ହୋଇଛନ୍ତି l ସେହିପରି କୁଇଜ ପ୍ରତିଯୋଗିତା ରେ ମହାରାଜା ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାରିପଦା ର ସ୍ମୃତିରେଖା ପୂର୍ତ୍ତି, ଓଏଭି, ବେତନଟୀ ର ଦିବ୍ୟାଂଶୀ ଦାସ,ଓଏଭି, ଚାନ୍ଦୁଆ ର ଅନନ୍ୟା ପାଣିଗ୍ରାହୀ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ହୋଇଛନ୍ତି l ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ ଙ୍କ ସଂଯୋଜନା ରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ସମ୍ମାନିତ ଅତିଥିଭାବେ ଜିଲ୍ଲା ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟ,ବାରିପଦା ର ବାଳିକା ସଂଯୋଜକ ପ୍ରଫୁଲ୍ଲ ବାରିକ, ଉକ୍ତ ପ୍ଲାନେଟେରି୍ୟମ ର ସହକାରୀ କୁ୍ୱିରେଟର ଶତାବ୍ଦୀ ଷଡ଼ଙ୍ଗୀ ଓ ବିଜ୍ଞାନ ପ୍ରଦର୍ଶକ ପ୍ରଶାନ୍ତ ସ୍ୱାଇଁ ଯୋଗ ଦେଇ କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର, ଟ୍ରଫି ଦେଇ ପୁରସ୍କୃତ କରିଥିଲେ l ଆସିଥିବା ପ୍ରତିଯୋଗୀ ଗାଇଡ଼ଶିକ୍ଷକ ଙ୍କ ନେତୃତ୍ୱରେ ଯୋଗ ଦେଇଥିଲେ l ବିଚାରକ ଭାବେ ବରିଷ୍ଠ ଶିକ୍ଷକ ନିଗମାନନ୍ଦ ମହାପାତ୍ର, ଶିଶିର କୁମାର ନାୟକ, ଶିକ୍ଷକ ସୁବ୍ରତ କୁମାର ଆଚାର୍ଯ୍ୟ,ଶିକ୍ଷୟିତ୍ରୀ ଅତସୀ କୁଣ୍ଡୁ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ପରିଚାଳନା ରେ ପ୍ଲାନେଟେରିୟମ ର ସମସ୍ତ ସଦସ୍ୟ, ଶିକ୍ଷକ ମନୋଜ କୁମାର ପରିଡା, ଦୀପକ ରାମ ଏବଂ ଅଫିସ ସହାୟକ ଦେବଦର୍ଷି ପ୍ରସାଦ କର ପ୍ରମୁଖ ସହଯୋଗ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *