“ତାଲୁକ୍ ଆଇନ ସହାୟତା କମିଟି ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ”

ବାରିପଦା-ଉଦଳା(କ:ବ୍ଯୁ) ତା୧୨/୦୧/୨୬ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳନ ଅବସରରେ ଉଦଳା ତାଲୁକ୍ ଆଇନ ସହାୟତା କମିଟି ପକ୍ଷରୁ ସୋମବାର ସକାଳ ୯ ଘଟିକା ସମୟରେ ସ୍ଥାନୀୟ ସନ୍ଧାନ ଗୃହରେ ଏକ ଯୁବ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ଆରମ୍ଭରେ ରିଟେନର ଆଇନଜୀବି ନିରାକାର ମହାପାତ୍ର ମଞ୍ଚାସୀନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ପରେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ତାଲୁକ୍ ଆଇନ୍ ସହାୟତା କମିଟିର ଚେୟାରମ୍ୟାନ୍ ତଥା ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଦୀପ କୁମାର ବେହେରା, ଜାତୀୟ ଆଇନ୍ ସହାୟତା କମିଟି ଦ୍ୱାରା ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମର ବିଷୟ ଡାଉନ୍‌-ଡ୍ରଗ୍ ଆୱାରନେସ୍ ଏଣ୍ଡ ୱେଲନେସ୍ ନାଭିଗେସନ ଫର ଏ ଡ୍ରଗ୍‌, ଫ୍ରି ଇଣ୍ଡିଆ ସ୍କିମ୍‌-୨୦୨୫ ଉପରେ ନିଶା ର କୁ ପରିଣାମ, ନିଶାମୁକ୍ତି ସଚେତନତା ଉପରେ ଏବଂ ଆଇନ ଗତ ଦିଗ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉଦଳା ଓକିଲ ସଂଘର ସମ୍ପାଦକ ବସନ୍ତ କୁମାର ପରିଡା, ବରିଷ୍ଠ ଆଇନଜୀବି ମକରନ୍ଦ ପଲେଇ, ନିରାକାର ମହାପାତ୍ର ପ୍ରମୁଖ ନିଶା ର ଭୟାବହତା, ଯୁବ ସମାଜ ଉପରେ ତାହାର କୁ ପରିଣାମ, ନିଶା ନିବାରଣ ପାଇଁ ଆଇନର ବ୍ୟବସ୍ଥା ତଥା ଆଜିର ଜାତୀୟ ଯୁବ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଶେଷରେ ଉପଖଣ୍ଡ ଓକିଲ ସଂଘ ସମ୍ପାଦକ ରଜତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ବହୁ ଯୁବ ଆଇନଜୀବି ଓ ଯୁବକମାନେ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *