
ବାରିପଦା(କ:ବ୍ଯୁ)
ତା୧୨\୦୧\୨୦୨୬
ଏହି ସର୍ଭେର ଉଦ୍ଦେଶ୍ୟ ପ୍ରସ୍ତାବିତ ରେଳପଥ ପାଇଁ ଆବଶ୍ୟକ ଜମିର ସଠିକ ସୀମା ଚିହ୍ନଟ, ରେକର୍ଡ ସହ ସ୍ଥଳ ସତ୍ୟାପନ ଏବଂ ଆଗାମୀ ଭୂମି ଅଧିଗ୍ରହଣ ପ୍ରକ୍ରିୟାକୁ ସୁଚାରୁ ଭାବେ ତ୍ୱରାନ୍ୱିତ କରିବା। ସମ୍ପୃକ୍ତ ତହସିଲ୍ ପ୍ରଶାସନ ଓ ରେଳୱେ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ସର୍ଭେ କାର୍ଯ୍ୟ ଚାଲୁ ରହିଛି।
ସମ୍ପୃକ୍ତ ରାୟତମାନଙ୍କୁ ସର୍ଭେ କାର୍ଯ୍ୟରେ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)