
ଚଣ୍ଡିଖୋଲ, ୨୧/୧୨( କ ବ୍ୟୁ)ବଡଚଣା ବ୍ଲକ୍ ଅନ୍ତର୍ଗତ ନୂଆ ହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ସାଂସ୍କୃତିକ ପରିଷଦ ପକ୍ଷରୁ+୨ଓ+୩ଛାତ୍ର ଛାତ୍ରୀ ମାନଙ୍କ ପ୍ରତିଭାର ବିକାଶ ପାଇଁ ଉଭୟ ଇଂରାଜୀ ଓ ଓଡ଼ିଆ ପ୍ରବନ୍ଧ, ତର୍କ, ରଙ୍ଗୋଲି, ଝୋଟି, ସଙ୍ଗୀତ, ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବା ସହିତ ଏକ ପାରିବାରିକ ଓ ସାମାଜିକ ନାଟକ “ଦିଅଁ ଗଢ଼ିବାକୁ ଦେଉଳ ମନା “ନାଟକ ମଞ୍ଚସ୍ଥ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ପବିତ୍ର ମୋହନ ମାହାଲା ଓ ସାଂସ୍କୃତିକ ପରିଷଦର ସଭାପତି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ। ସାଂସ୍କୃତିକ ପରିଷଦର ମୁଖ୍ୟ ଡ, ଅମ୍ବିକା ତ୍ରିପାଠୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷ ଶ୍ରୀ ମାହାଲା ଛାତ୍ର ଛାତ୍ରୀ ମାନେ ପାଠ ପଢା ସହିତ ନିଜଭିତରେ ଥିବା ଲୁକ୍କାଇତ ପ୍ରତିଭା ଓ ଦକ୍ଷତା କୁ କଳାତ୍ମକ ଦିଗରେ ବିକଶିତ କରି ସମାଜର ଅଗ୍ରଗତିରେ ନିଜକୁ ସାମିଲ କରାଇବାକୁ ଆହ୍ଵାନ ଦେଇଥିଲେ। ବରୁଣେଶ୍ୱର ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ର ଅଧ୍ୟାପକ ନାଟ୍ୟକାର, ପ୍ରାବନ୍ଧିକ ସଂଳାପକାରେ ଡ, ଦୀପକ କୁମାର ଜେନା ମୂଖ୍ୟ ଅତିଥି ଭାବେ ଯୋଗଦେଇ ସମାଜରେ ସଚେତନତା ଓ ଜନଜାଗରଣ ସୃଷ୍ଟି କରିବା ଦିଗରେ ନାଟ୍ୟ କଳାର ବହୁମୁଖି ଅବଦାନ ସଂପର୍କରେ ଆଲୋକପାତ କରିଥିଲେ।ମହାବିଦ୍ୟାଳୟ ର ପ୍ରଶାସନିକ ମୂଖ୍ୟ ଅଧ୍ୟାପକ ନାରାୟଣ ଚନ୍ଦ୍ର ମୁଦୁଲି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଡ, ଅମ୍ବିକା ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ କିଶୋର କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅବସରରେ ନାଟ୍ୟ ନିର୍ଦ୍ଦେଶକ ପ୍ରସନ୍ନ ଜିତ୍ ସାହୁ ଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା।ଅଧ୍ୟାପକ ଡ, ଦୀପକ କୁମାର ମିଶ୍ର, ମାନପତ୍ର ପାଠ କରିଥିଲେ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପରିଷଦର ସଭ୍ୟ ସଭ୍ୟା ସମେତ ଅଧ୍ୟାପକ ଦୀପକ ଦାସ, ସତ୍ୟପ୍ରକାଶ ନାୟକ,ଅଧ୍ୟାପିକା ଇପ୍ସିତା ସାହୁ ପ୍ରମୁଖ ସହଯୋଗ କରିଥିଲେ। ଅଭିନୟରେ ଅଶ୍ୱିନୀ କୁମାର ରାଉତରାୟ, ଅଭିଜିତ ନାୟକ, ବିକାଶ ସାହୁ, ମୃତ୍ୟୁଞ୍ଜୟ ନାୟକ, ଶିବ ପ୍ରସାଦ ରାୟ, ସନ୍ତୋଷ କୁମାର ମିଶ୍ର, ରୁଦ୍ର ନାରାୟଣ ସ୍ବାଇଁ, ଲକ୍ଷ୍ମୀ ଧର ଦାସ, ଶିବୁ ମଲିକ, ସୌମ୍ୟ ରଞ୍ଜନ ଲେଙ୍କା, ହରିହର ଦାସ, ଯଯାତି କେଶରୀ ବଳ ଭବାନୀ ଶଙ୍କର ବରାଳ, ସ୍ମୃତି ରଞ୍ଜନ ରାଉତ ଓ ଅଭିନେତ୍ରୀ ଲୋପାମୁଦ୍ରା ସାମଲ, ସୃଷ୍ଟି ଶୋଭାନା ବାରିକ,ମଧୁସ୍ମିତା ସେଠୀ, ଲକ୍ଷ୍ମୀପ୍ରିୟା ପୃଷ୍ଟି, ମଧୁସ୍ମିତା ମଲିକ୍, ସ୍ୱରୂପା ଦର୍ଶନି ଜେନା ଙ୍କ ଅଭିନୟ ଚିତ୍ତାକର୍ଷକ ହୋଇଥଲା।