ଲିଙ୍ଗଗତ ସମ୍ବେଦନଶିଳତା ଓ ସମୟର ଆବଶ୍ୟକତା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ।

ଚଣ୍ଡିଖୋଲ,୨୯/୧୨(କ ବ୍ୟୁ) ବଡଚଣା ବ୍ଲକ୍ ଅନ୍ତର୍ଗତ ନୂଆ ହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ଶକ୍ତିଶ୍ରୀ ଆନୁକୂଲ୍ୟରେ ଲିଙ୍ଗଗତ ସମ୍ବେଦନଶିଳତା ଓ ସମୟର ଆବଶ୍ୟକତା ଶୀର୍ଷକ ଏକ ଆଲୋଚନା ଚକ୍ର ଶକ୍ତିଶ୍ରୀ ସଂଜୋଜିକା ଡ ଅମ୍ବିକା ତ୍ରିପାଠୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ପବିତ୍ର ମୋହନ ମାହାଲା ନାରୀ ମାନେ ଅବଳା, ଦୁର୍ବଳା ନ ହୋଇ ସବୁ ପରିସ୍ଥିତିରେ ନିଜକୁ ଆତ୍ମନିର୍ଭର ତଥା ନିଜ ଉପରେ ଆତ୍ମବିଶ୍ବାସ ରଖିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ତଥା ବିଷୟ ବିଶେଷଜ୍ଞ କ୍ରାଇମ୍ ବ୍ରାଞ୍ଚ ଇନ୍ସପେକ୍ଟର ତୃପ୍ତିମୟୀ ରାଉତ ଏକ ସୁରକ୍ଷିତ ଶୈକ୍ଷିକ ବାତାବରଣ କୁ ସୁନିଶ୍ଚିନ୍ତ କରିବା ସହିତ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରିବା ଏବଂ ଛାତ୍ରୀ ମାନଙ୍କ ସଶକ୍ତିକରଣ ଓ ସର୍ବାଙ୍ଗୀନ ବିକାଶ କରିବା ଦିଗରେ ଏହା ସାହାଯ୍ୟ କରିବ ବୋଲି କହିଥିଲେ। ଅନ୍ୟତମ ବିଷୟ ବିଶେଷଜ୍ଞ ବଡଚଣା ସବ୍ ରେଜିଷ୍ଟ୍ରାର କଳ୍ପିତା ଜେନା ନାରୀ ସଶକ୍ତିକରଣ , ମାନସିକ ସନ୍ତୁଳନ ରକ୍ଷା , ଆତ୍ମହତ୍ୟା ପ୍ରବଣତା କୁ ରୋକିବା, ଲିଙ୍ଗାଗତ ସମାନତା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ସହିତ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଉପରେ ଆଲୋଚନା କରିଥିଲେ।ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟର ପ୍ରଶାସନିକ ମୂଖ୍ୟ ଅଧ୍ୟାପକ ନାରାୟଣ ଚନ୍ଦ୍ର ମୁଦୁଲି ବର୍ତ୍ତମାନ ସମାଜରେ ନାରୀମାନଙ୍କ ଭୂମିକା ଉପରେ ଆଲୋଚନା କରିବା ସହିତ ନାରୀ ମାନେ ସମାଜର କେନ୍ଦ୍ର ବିନ୍ଦୁ, ସେମାନଙ୍କର ଉନ୍ନତି ବର୍ତ୍ତମାନ ସମାଜର ଆବଶ୍ୟକତା ବୋଲି କହିଥିଲେ। ଶକ୍ତିଶ୍ରୀ ସଂଯୋଯିକା ଡ ଅମ୍ବିକା ତ୍ରିପାଠୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ସହ ସଂଯୋଯିକା ଶିକ୍ଷା ବିଭାଗର ଅଧ୍ୟାପିକା ଶ୍ରାବଣୀ ସ୍ୱାଗତିକା ବିଷୟବସ୍ତୁ ଉପରେ ସଂକ୍ଷିପ୍ତ ଆଲୋଚନା କରିଥିଲେ। ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପିକା ରଞ୍ଜିତା ସ୍ବାଇଁ ଛାତ୍ରୀ ମାନଙ୍କୁ ସରକାର ଙ୍କ ଦ୍ଵାରା ପ୍ରଣୀତ ହୋଇଥିବା ବିଭିନ୍ନ ଆଇନ୍ କାନୁନ୍ ବିଷୟରେ ଅବଗତ କରାଇଥିଲେ। ଶିକ୍ଷା ବିଭାଗର ମୁଖ୍ୟ ଅଧ୍ୟାପିକା ନିରୁପମା ସ୍ବାଇଁ ଆର୍ଥିକ,ସାମାଜିକ କ୍ଷେତ୍ରରେ ନାରୀ ମାନେ ବିକାଶ ଲାଭ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ପ୍ରସନ୍ ଜୀତ୍ ସାମଲ ଙ୍କ ନିର୍ଦ୍ଦେଶନାରେ ଶକ୍ତିଶ୍ରୀ ସମ୍ପର୍କିତ ଏକ ନାଟକ ମଞ୍ଚସ୍ଥ ହୋଇଥିଲା। ଶେଷରେ ଅର୍ଥନୀତି ବିଭାଗର ଅଧ୍ୟାପିକା ସସ୍ମିତା ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ। ପରେ ଛାତ୍ର ଛାତ୍ରୀ ମାନେ ହାତରେ ପ୍ଲାଗକାର୍ଡ ଧରି ନାରୀ ସଶକ୍ତିକରଣ, ନାରୀ ସଚେତନତା ଉପରେ ଏକ ଶୋଭାଯାତ୍ରା ବଜାର ପରିକ୍ରମା କରିଥିଲା।

Leave a Reply

Your email address will not be published. Required fields are marked *