
ପାଲଲହଡ଼ା- ଅନଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଅଧିକାରୀ ଡାଃ ଶଶିକାନ୍ତ ବେହେରା ନିଜ ସହକର୍ମୀ ମାନଙ୍କ ସହିତ ରବିବାର ଦ୍ଵିତୀୟ ଚିଲିକା ଠାରେ ଭୋଜି ଭାତ ର ଅସାର ଜମାଇଥିବାବେଳେ ପାଲଲହଡ଼ା ର ଜନୈକ ଟିଭି ର ପଖବରଦାତା ହରିଶ ଚନ୍ଦ୍ର ଦାଶ ନିଜ ସହଯୋଗୀ ଙ୍କ ସହିତ ଦ୍ଵିତୀୟ ଚିଲିକା ପର୍ୟଟନସ୍ଥଳି କୁ ଖବର ସଂଗ୍ରହ ପାଇଁ ଭିଡିଓ ଉତ୍ତୋଳନ କରୁଥିଲେ। ଏହି ସମୟରେ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଅଧିକାରୀ ଙ୍କ ନିର୍ଦ୍ଦେଶ ରେ ତାଙ୍କ କର୍ମଚାରୀ ମାନେ ହରିଶ ଙ୍କ ପାଖକୁ ଆସି ଅସଭ୍ୟ ଭାଷାରେ ଗାଳିଗୁଲଜ କରି କାହା ଅନୁମତି ରେ ଭିଡିଓ କରୁଛୁ କହି ମୋବାଇଲ ଫୋନ ଏବଂ ତାଙ୍କ ଗାଡି ଛଡ଼ାଇ ନେଇଥିଲେ।ପାଲଲହଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଅଧିକାରୀ ତଥା କର୍ମଚାରୀ ଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା।ହରିଶ ଚନ୍ଦ୍ର ଦାସ ପାଲଲହଡ଼ା ଥାନା ରେ ଲିଖିତ ଅଭିଯୋଗ କରିଥିବା ବେଳେ ଉପଖଣ୍ଡ ସ୍ତରୀୟ କାର୍ଯ୍ୟରତ ସାମ୍ବାଦିକ ସଂଘ ର ସଭାପତି ଙ୍କ ସମେତ ସମସ୍ତ ସଦସ୍ୟ ତଥା ପାଲଲହଡ଼ା ର ସମସ୍ତ ସାମ୍ବାଦିକ ଥାନା ଅଧିକାରୀ ପ୍ରଦୀପ ମହାନ୍ତ ଙ୍କ ସହିତ ସାକ୍ଷାତ କରି ଘଟଣା କୁ ଗୁରୁତର ସହିତ ନେଇ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଥିଲେ ।ପାଲଲହଡ଼ା ଥାନା ଅଧିକାରୀ ଘଟଣା କୁ ଗୁରୁତର ସହିତ ନେଇ ଏକ ମାମଲା 03/2026 ରୁଜୁ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ଦେଇଥିଲେ।ଅନ୍ୟପକ୍ଷରେ ଡାଃ ଶଶିକାନ୍ତ ବେହେରା ଙ୍କ ସହିତ ଯୋଗାଯୋଗ କରିବାରେ ତାହା ସମ୍ଭବପର ହୋଇପାରିନାହିଁ।