ନୂତନବର୍ଷ ରେ ନେତାଙ୍କ ଘରେ ସମର୍ଥକ ଙ୍କ ଭିଡ଼ 

ଚଣ୍ଡିଖୋଲ ,୩/୧(କବ୍ୟୁ) ନେତା ଓ କର୍ମୀ ଗୋଟିଏ ମୂଦ୍ରା ର ଦୁଇଟି ପାର୍ଶ୍ୱ। ଜଣକୁ ଛାଡ଼ି ଅନ୍ୟ ଜଣକର କଲ୍ପନା କରାଯାଇ ପାରିବ ନାହିଁ। ନେତା ଓ କର୍ମୀ ମାନଙ୍କ ମଧ୍ୟରେ ସମନ୍ଵୟ ଠିକ୍ ରହିଲେ ଅଞ୍ଚଳର ବିକାଶ ହୋଇଥାଏ। ଏହି ସବସରରେ ଆଜି ନୂତନ ବର୍ଷ ଅବସରରେ ନେତା ମାନଙ୍କ ଘରେ କର୍ମୀଙ୍କ ଭିଡ଼ ପରିଲକ୍ଷିତ ସୋଇଛି। ବଡଚଣା ରାଜନୀତିରେ ପ୍ରଥମ କରି ପାଦ ଥାପି ଥିବା ଯୁବନେତା ମହେଶ୍ୱର ପରିଡ଼ା ଜଣେ ଦକ୍ଷ ସମାଜ ସେବୀ ଭାବରେ ବଡଚଣା ପ୍ରତ୍ୟେକ ଲୋକ ମାନଙ୍କ ସହିତ ଉତ୍ତମ ସମ୍ପର୍କ ରକ୍ଷା କରି ଲୋକ ମାନଙ୍କ ସୁଖ ଦୁଃଖ ରେ ନିଜକୁ ସାମିଲ କରି ଆଗାମୀ ଦିନରେ ବଡଚଣା କୁ ଏକ ଶାନ୍ତ ସମୃଦ୍ଧ ଓ ବିକଶିତ ବଡଚଣା ଗଠନ ଦିଗରେ ନିଜକୁ ସାମିଲ କରାଇବାକୁ କର୍ମୀ ଆହ୍ବାନ ଦେଇଛନ୍ତି। ଆଜି ବଡଚଣା ର ସତ୍ୟ ରଞ୍ଜନ ନନ୍ଦ, ଖଗେଶ୍ବର ସାହୁ, ବିଧାନ ଚନ୍ଦ୍ର ସାମନ୍ତରାୟ, ବିଷ୍ଣୁ ଚରଣ ସାମଲ, ସ୍ମୃତି ରଂଜନ ପରିଡା, ରତିକାନ୍ତ ବେହେରା , ଅନନ୍ତ ଚରଣ ଦାସ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଯୁବନେତା ମହେଶ୍ୱର ପରିଡ଼ାଙ୍କ ବାସ ଭବନରେ ପହଞ୍ଚି ପୁଷ୍ପ ଗୁଚ୍ଛ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।

Leave a Reply

Your email address will not be published. Required fields are marked *