“ମେଗା କ୍ରେଡିଟ ଆଉଟରିଚ କାର୍ଯ୍ୟକ୍ରମ-୨୦୨୫ ଅନୁଷ୍ଠିତ”

ବାରିପଦା(କ:ବ୍ଯୁ) ତା୩୦\୧୨\୨୫
ମୟୂରଭଞ୍ଜରେ ପ୍ରଥମ ଥର ଓଡିଶା ଗ୍ରାମୀଣ ବ୍ୟାଙ୍କ ବାରିପଦା ଅଞ୍ଚଳ ଏବଂ ଓଡିଶା ଗ୍ରାମୀଣ ବ୍ୟାଙ୍କ ଯଶିପୁର ଅଞ୍ଚଳର ମିଳିତ ପ୍ରୟାସରେ ଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ମେଗା କ୍ରେଡିଟ ଆଉଟରିଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି.

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ସତ୍ୟବତୀ ସାହୂ ( ମହା ପ୍ରଭନ୍ଧକ ଓଡିଶା ଗ୍ରାମୀଣ ବ୍ୟାଙ୍କ), ଜ଼ିଲ୍ଲା ପରିଷଦର
ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ. ଧର୍ମାନନ୍ଦ ବେହେରା,
ବାରିପଦା ଉପଜିଲ୍ଲାପାଳ.ଡଃ. ଦୟାସିନ୍ଧୁ ପରିଡା,ନାବାର୍ଡ ର ଉନ୍ନୟନ ପରିଚାଳକ ଶ୍ରୀ. ସ୍ମାରକ କୁମାର ମହାନ୍ତି ଓ ଏଲ ଡି ଏମ ଶ୍ରୀ ସୂର୍ଯ୍ୟନାରାୟଣ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ପ୍ରାରମ୍ଭରେ ଓଡିଶା ଗ୍ରାମୀଣ ବ୍ୟାଙ୍କ ର ବାରିପଦା ଅଞ୍ଚଳ ର ଆଞ୍ଚଳିକ ପ୍ରଭନ୍ଧକ ଶ୍ରୀମତୀ କବିତା ଜ୍ୟୋତିଷୀ ଏବଂ ଓଡିଶା ଗ୍ରାମୀଣ ବ୍ୟାଙ୍କ ଯଶିପୁର ଅଞ୍ଚଳ ର ଆଞ୍ଚଳିକ ପ୍ରଭନ୍ଧକ ଶ୍ରୀ ବିରଜା ପ୍ରସାଦ କର ନିମନ୍ତ୍ରିତ ଅତିଥି ବୃନ୍ଦଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ |

ଓଡିଶା ଗ୍ରାମୀଣ ବ୍ୟାଙ୍କର ଏହି କ୍ରେଡିଟ ଆଉଟ ରିଚ ପ୍ରୋଗ୍ରାମ ର ଆଭିମୁଖ୍ୟ ହେଉଛି ସମାଵେଶୀ ଉନ୍ନତି, ଆର୍ଥିକ ସଶକ୍ତିକରଣ ଓ ସାମାଜିକ -ଆର୍ଥିକ ବିକାଶ ପ୍ରତି ତାହାର ଦୃଢ ସଂକଳ୍ପକୁ ସୁନିଶ୍ଚିତ କରିବା I

ଆଜି ଏହି କ୍ରେଡିଟ ଆଉଟ ରିଚ ପ୍ରୋଗ୍ରାମ ମାଧ୍ୟମରେ ଓଡିଶା ଗ୍ରାମୀଣ ବ୍ୟାଙ୍କ ଦ୍ୱାରା ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ କୃଷି ବିଭାଗର କିଷାନ କ୍ରେଡିଟ କାର୍ଡ ହିତାଧିକାରୀ ମାନଙ୍କୁ Rs.201.00 କୋଟିର ଋଣ ପ୍ରଦାନ କରାଗଲା |

ଏହି ଅବସରରେ ଅତିଥିବୃନ୍ଦ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀକୁ ପ୍ରୋତ୍ସାହନ ସ୍ୱରୂପ ଚେକ ପ୍ରଦାନ କରିଥିଲେ ଏବଂ ଶ୍ରେଷ୍ଠ ବ୍ୟାଙ୍କ ମିତ୍ର ମାନକୁଂ ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ କରାଯାଇ ଥିଲା |
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *