

ଚଣ୍ଡିଖୋଲ,୧୩/୧୨(କ ବ୍ୟୁ) ବଡଚଣା ଶିକ୍ଷା ମଣ୍ଡଳ ଅଧିନସ୍ଥ ଚଣ୍ଡିଖୋଲ ନିକଟସ୍ତ ଜନ କଲ୍ୟାଣ ଉଚ୍ଚ ବିଦ୍ୟାଳୟ ଠାରେ ଓଷ୍ଟ୍ଟ। ବଡଚଣା ବ୍ଳକ୍ ଶିଶୁ ମହୋତ୍ସବ ୨୦୨୫ଅନୁଷ୍ଟିତ ହୋଇ ଯାଇଛି।ସଭାପତି ସୁଭାଷ ଚନ୍ଦ୍ର ମହାପାତ୍ର ସଂଘୀୟ ପତାକା ଉତ୍ତୋଳନ ସହ ଉତ୍ସବକୁ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ ସଭାରେ ଅତିଥି ଭାବେ ଡ, ଭାଗ୍ୟଧର ସାହୁ, ଦୟାନିଧି ସାମଲ, ଭରତ ଚନ୍ଦ୍ର ଜେନା, ଓ ବିଚାରକ ଭାବେ ଅଜିତ୍ କୁମାର ମିଶ୍ର, ରଜନୀ କାନ୍ତ ପୃଷ୍ଟି, ରଂଜିତ କୁମାର ଦାଶ, ରାଜେନ୍ଦ୍ର ନାରାୟଣ ରାୟ, ଲକ୍ଷ୍ମୀ ପ୍ରିୟା ନନ୍ଦ, ରଂଜନ କୁମାର ଜେନା, ବାସୁଦେବ ଜେନା, ପ୍ରମୁଖ ଯୋଗଦେଇ ତର୍କ, କଣ୍ଠ ସଙ୍ଗୀତ, ଚିତ୍ରାଙ୍କନ, କବିତା ଆବୃତ୍ତି, ଗଳ୍ପ ଲିଖନ, କବିତା ରଚନା, ଏକକ ଅଭିନୟ, ଏକକ ନୃତ୍ୟ,ସାଧାରଣ ଜ୍ଞାନ, କୁଇଜ୍ ସମେତ ୧୦ଗୋଟି ବିଭାଗର ପ୍ରତିଯୋଗିତାକୁ ମୂଲ୍ୟାଙ୍କନ କରିଥିଲେ।ବଡଚଣା ବ୍ଲକ୍ ର ବିଭିନ୍ନ ବିଦ୍ୟାଳୟରୁ ୧୭୩ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧ମ, ୨ୟ ସ୍ଥାନ ଅଧିକାର କରିଥିବା ୨୦ଜଣ ପ୍ରତିଯୋଗୀ ଜିଲ୍ଲା ଓଷ୍ଟ୍। ଶିଶୁ ମେଳା କୁ ଉନ୍ନୀତ ହୋଇଥିଲେ। ଉଦଯାପନୀ ଉତ୍ସବ ଓ ପୁରସ୍କାର ବିତରଣ ସଭା ସୁଭାଷ ଚନ୍ଦ୍ର ମହାପାତ୍ର ଙ୍କ ସଭାପତିତ୍ବରେ ଆୟୋଜିତ ହୋଇ ଥିଲା। ଏହି ଅବସରରେ ପ୍ରାକ୍ତନ ଓଷ୍ଟା ନେତୃତ୍ୱ, ଦୟାନିଧି ସାମଲ, ଭରତ ଚନ୍ଦ୍ର ଜେନା, ଜୟନ୍ତ ପରିଡ଼ା, ଲକ୍ଷ୍ମୀଧର ରାଉତ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନିର୍ମଳ ଦଳେଇ, ନିଝୁମ ମହାନ୍ତି, ପ୍ରକାଶ ଚନ୍ଦ୍ର ପାଲ, ଚିନ୍ମୟ ଧଳ, ଗୋପୀନାଥ ସେନାପତି, ପ୍ରଫୁଲ୍ଲ କୁମାର ଦାଶ, ପ୍ରସନ୍ନ କୁମାର ପୃଷ୍ଟି, ରବିନ୍ ଜେନା, ଶୁଭଶ୍ରୀ ସାହୁ, ଆଭା ରାଉତ, ଉତ୍ତମ କୁମାର ଜେନା, ସୁଶ୍ରୀ ସରିତା ମଲିକ, ସୁଶାନ୍ତ ସାଗର, ପବିତ୍ର ସାହୁ, ପ୍ରଫୁଲ୍ଲ ଚନ୍ଦ୍ର ସ୍ବାଇଁ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।