ସ୍ବର୍ଗତ ସାମ୍ବାଦିକ ଜୟନ୍ତ କୁମାର ଘୋଷଙ୍କ ଶ୍ରାଦ୍ଧବାର୍ଷିକୀ

ବାଲେଶ୍ଵର 13,12,2025 ରିଖ ଶନିବାର ଦିବଙ୍ଗତ ସାମ୍ବାଦିକ ସ୍ମୃତି କମିଟି ପକ୍ଷରୁ ସ୍ବର୍ଗତ ସାମ୍ବାଦିକ ଜୟନ୍ତ କୁମାର ଘୋଷଙ୍କ ଶ୍ରାଦ୍ଧବାର୍ଷିକୀ ସାମ୍ବାଦିକ ପ୍ରକୋଷ୍ଠରେ ପାଳନ ହୋଇଯାଇଛି।ଏହି ସ୍ମୃତି ସଭାରେ ବରିଷ୍ଠ ଖବର କାଗଜ ବିକ୍ରେତା ଅନନ୍ତ କୁମାର ସେନ ଯୋଗଦେଇ ଶ୍ରୀ ଜୟନ୍ତ କୁମାର ଘୋଷଙ୍କ ସହିତ ବିତେଇଥିବା ଦିନର ସ୍ମୃତିକୁ ବଖାଣି ଥିଲେ।ସେ କହିଥିଲେ କି ତାଙ୍କଭଳି ସ୍ୱାଭିମାନୀ ସାମ୍ବାଦିକ କୁଚିତ ଆଜିକାଲି ଦେଖିବାକୁ ମିଳେ।ଏହି ଅବସରରେ ବରିଷ୍ଠ ସାମ୍ବାଦିକ ପ୍ରେସ ଇମ୍ପ୍ରେସ ସାମ୍ବାଦିକ ସଂଘର ସଭାପତି ଶ୍ରୀ ଉଜ୍ବଳ କୁମାର କର ଓ ସାମ୍ବାଦିକ ପଦ୍ମଲୋଚନ ଦତ୍ତ ଙ୍କୁ ମାନପତ୍ର ଉପଢୌକନରେ ସମ୍ମାନିତ କରାଯାଇଥିଲା।ଏହି ସ୍ମୃତି ସଭାରେ ପ୍ରଶ୍ନଜିତ ଆସ ବିଦ୍ୟାଧର ବାବୁ ତ୍ରିଲୋଚନ ମହାନ୍ତି ଶିବଶଙ୍କର ଭୋଇ ଉପ ସଭାପତି ସନ୍ଦିପ୍ତ ଦାସ ପ୍ରମୁଖ ଯୋଗଦାନ କରିଥିଲେ। ସ୍ମୃତି କମିଟି ସଭାପତି ସାମ୍ବାଦିକ ଦେବବ୍ରତ ପାଣିଗ୍ରାହୀଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ପରିଚାଳନା ହୋଇଥିବାବେଳେ ସାମ୍ବାଦିକ ବାସୁଦେବ ରାଉଳ ସମ୍ପାଦକ ଶ୍ରୀ ଗଗନ କୁମାର ସେଠୀ ସମସ୍ତ ସାମ୍ବାଦିକଙ୍କୁ ଏକହୋଇ ଏହି ସଂଗଠନକୁ ଆଗେଇ ନେବାପାଇଁ ଆହ୍ବାନ ଦେଇଥିଲେ।ଶେଷରେ ସାମ୍ବାଦିକ ଭଗବାନ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା କରାଇଥିଲେ।

Leave a Reply

Your email address will not be published. Required fields are marked *