“ଉଦଳାରେ ଜାତୀୟ ଆଇନ ସେବା ଦିବସ ପାଳିତ”

ବାରିପଦା/ଉଦଳା ତା୦୯/୧୧\୨୫( କ:ବ୍ଯୁ) : ଉଦଳା ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ରବିବାର ସକାଳ ୧୦ ଘଟିକା ସମୟରେ ଜାତୀୟ ଆଇନ ସେବା ଦିବସ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ତାଲୁକ ଆଇନ ସହାୟତା କମିଟିର ଚେୟାରମ୍ୟାନ୍ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଦୀପ କୁମାର ବେହେରା ଅଧ୍ୟକ୍ଷତା କରି ଜାତୀୟ ଆଇନ ସେବା ଦିବସର ତାତ୍ପର୍ଯ୍ୟ ଏବଂ ସରକାରଙ୍କ ଆଇନ ବିଭାଗ, ବିଚାର ବିଭାଗ ତରଫରୁ ଆର୍ôଥକ ଅନଗ୍ରସର, ମହିଳା, ବିଧବା, ବିକଳାଙ୍ଗ, ଆଦିବାସୀ, ହରିଜନମାନଙ୍କୁ ଦିଆଯାଉଥିବା ମାଗଣା ଆଇନ ସେବା ତଥା ଶିଶୁ ରୁକ୍ଷା, ସାମ୍ବିଧାନିକ ଅଧିକାର ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥରଲେ । ଆଇନଜୀବି ତଥା ଲିଗାର ରିଟେନର ନିରାକାର ମହାପାତ୍ର ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ପରେ ଜାତୀୟ ଆଇନ ସେବା ଦିବସର ଉଦ୍ଦେଶ୍ୟ, ଆଇନ ସହାୟତା ଏବଂ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ସଭା କାର୍ଯ୍ୟାକୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଖଣ୍ଡ ଓକିଲ ସଂଘର ସଭାପତି ପଦ୍ମଲୋଚନ ଦାଶ, ସମ୍ପାଦକ ରଜତ କୁମାର ମହାପାତ୍ର, ଉଦଳା ଓକିଲ ସଂଘର ସମ୍ପାଦକ ବସନ୍ତ କୁମାର ପରିଡା ପ୍ରମୁଖ ମଞ୍ଚାସୀନ ଥାଇ ଜାତୀୟ ସେବା ଦିବସ ପାଳନ ଓ ଆଇନ ସହାୟତା ସମ୍ପର୍କରେ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ବରିଷ୍ଠ ଆଇନଜୀବି ସରୋଜ ରଞ୍ଜନ ବେହେରା, ମକରନ୍ଦ ପଲେଇ, ସତ୍ୟବ୍ରତ ମିଶ୍ର ବକ୍ତବ୍ୟ ରଖିବା ସହିତ ବହୁ ଆଇନଜୀବି ଲକ୍ଷ୍ମୀଧର ବେହେରା, ଲକ୍ଷ୍ମୀପ୍ରିୟା ହାଁସଦା, ବିଶ୍ୱାବସୁ ସେନାପତି ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଚାର ବିଭାଗୀୟ ତାଲୁକ ଆଇନ ସହାୟତା କମିଟିର ଜୁନିୟର କ୍ଲର୍କ ସନତ କୁମାର ସେଠୀ, ରାଜ ନାରାୟଣ ମୁଖି, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ, ପାରାଲିଗାଲ ସ୍ୱେଚ୍ଛାସେବୀ ମିନତୀ ମହାନ୍ତି ଯୋଗ ଦେଇଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *