ଭକ୍ତିର ଭାବ

ମୋ ଭାଗ୍ୟ ବିଧାତା ମନ୍ଦିର ଦେବତା
ଦୁଃଖି ଜନ ହିତକାରି
ମଙ୍ଗଳ ବାରତା ସଂସାର କରତା
ଦୁଃଖ ନିଅ ଦୂରକରି।
ତୁମରି ଦ୍ବାର ରୁ ଶୁଭ ଅନୁକୂଳ
ପଥ ହଉ ମୋ ପ୍ରଗତି
ଯାହା ନାମ ଧରି ହଉଛି ଉଦ୍ଧାର
ସେ ପ୍ରଭୁ ସର୍ବ ସଂସ୍କୃତି।
ତୁଣ୍ଡେ ଧରି ନାମ ଭକ୍ତି ଆସେ ପ୍ରେମ
ଲୀଳା ଯାଉ ଆମେ ମଜି
ହୃଦୟ ପାଇଲୁ ଅନୁଭବ ଶକ୍ତି
ଅସୀମ ଅପାର ମଞ୍ଜି।
କହିବା ବର୍ଣ୍ଣନା ଲେଖିବା ପ୍ରବନ୍ଧ
ଭକ୍ତି ସଦା ଉଜାଗର
ଏଇତ ଦୁନିଆଁ ବିରାଟ ସଂସାର
ପ୍ରଭୁ ଶାହା ଜଗତର।

(ମାନଗୋବିନ୍ଦ ସ୍ବାଇଁ)
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Leave a Reply

Your email address will not be published. Required fields are marked *