ଜାତୀୟ ଶିକ୍ଷା ଦିବସ 🌹 🙏11, Nov.::National Education Day

ଲେଖା-ପଢ଼ା ଜ୍ଞାନ ଅଟଇ ମାନବ
ଜୀବନ ଅଂଶ-ବିଶେଷ,
ସାକ୍ଷରତା ବିନା ଜୀବନେ ଶୂନ୍ୟତା
ପ୍ରତିକ୍ଷଣେ ଅବସୋସ ।

ଶିକ୍ଷା ଜୀବନର ଆଲୋକ ବର୍ତ୍ତିକା
ଚାଲିଚଳନ ସଂସାର,
ଦେଶ ସମ୍ବିଧାନେ ଶୁଭ ପ୍ରଚଳିତ
ଶିକ୍ଷାଗତ ଅଧିକାର ।

ଯେଉଁ ଦେଶେ ଶିକ୍ଷା ସାହିତ୍ୟ ସଂସ୍କୃତି
ଯେତେଦୂର ବିକଶିତ,
ସେହି ଦେଶ ସର୍ବ ସୁଖ ସମୃଦ୍ଧିରେ
ସେତେଦୂର ହିଁ ଉନ୍ନତ ।

ଶିକ୍ଷା-ଦୀକ୍ଷା ଜ୍ଞାନ ବୁଦ୍ଧି ବଳେ ସିନା
ସଂସାର ହୁଏ ସରସ,
ଜ୍ଞାନୀ-ମାନୀ ଜନ ଜାତି କର୍ଣ୍ଣଧାର
ବ୍ଯକ୍ତିତ୍ବ ସଦା ହରଷ ।

ଅବୁଲ କାଲାମ ଆଜାଦ ପ୍ରଥମ
ଶିକ୍ଷାମନ୍ତ୍ରୀ ଭାରତର,
ଜନ୍ମ ଅଠର ଶ’ ଅଠାଅଶି ସାଲ
ନଭେମ୍ବରର ଏଗାର ।

ନଭେମ୍ବର ମାସ ଏଗାର ତାରିଖ
ଜାତୀୟ ଶିକ୍ଷା ଦିବସ,
ମହାନ ବ୍ୟକ୍ତିତ୍ବ ପ୍ରତି ଶ୍ରଦ୍ଧାଞ୍ଜଳି
ଜଣାଏ ଭାରତ ଦେଶ ।

ସଭିଁଏ ପଢ଼ନ୍ତୁ ସଭିଁଏ ବଢ଼ନ୍ତୁ
ବିକଶିତ ହେଉ ଦେଶ,
ଶାନ୍ତି ପ୍ରୀତି ମୈତ୍ରୀ ମହକିତ ହେଉ
ଭାଳେ ଶମ୍ଭୁନାଥ ଦାସ ।

Leave a Reply

Your email address will not be published. Required fields are marked *