ଅନ୍ତର୍ଜାତୀୟ ସଞ୍ଚୟ/ମିତବ୍ୟୟିତା ଦିବସ World Savings 🌍 30th: October 🥙

ହାତେ ମାପି ଜନେ ଚାଖଣ୍ଡେ ଚାଲିଲେ
ଆସେନି କେଭେଁ ବିପଦ,
ଆୟ ଦେଖି ବ୍ୟୟ ଯେ’ କରଇ ଜାଣ
ଚଳଣି ତା’ରେ ଆନନ୍ଦ ।

ଆୟ ଠାରୁ ବ୍ୟୟ ହୋଇଲେ ଅଧିକ
ଋଣ-ଚାପ ଗ୍ରସ୍ତେ ଜନ,
ଅଶାନ୍ତି’ରେ ରୋଗ- ବ୍ୟାଧି ରକ୍ତ-ଚାପେ
ବିକଳ ହୁଅଇ ପ୍ରାଣ ।

ଲକ୍ଷ୍ମୀଭାଣ୍ଡେ ଅବା ଡାକଘରେ ଜମା
ବ୍ଯାଙ୍କରେ ଥାଏ ସଞ୍ଚୟ,
ଜରୁରୀକାଳୀନ ବିପଦେ ମେଣ୍ଟାଏ
ସେ’ ଅର୍ଥ ହୋଇ ସହାୟ ।

ଊଣେଇଶ ଶହ ଚଉତିରିଶିରେ
ଇଟାଲୀୟ ପ୍ରଫେସର,
ଫିଲିପୋ ରାଭିଜା ପ୍ରସ୍ତାବ କ୍ରମରେ
ସଞ୍ଚୟନ ମୂଳାଧାର ।

ଏମନ୍ତ ବିଚାର ବିମର୍ଶରେ ଆଜ
ମିତବ୍ୟୟିତା ଦିବସ,
ସାଂସାରିକ କର୍ମେ ହୋଇ ମିତବ୍ୟୟୀ
ଜୀବନ କର ସରସ ।

Leave a Reply

Your email address will not be published. Required fields are marked *