ବିଶ୍ଵ ସ°ଘାତ ଦିବସ 29th: Oct. World Stroke Day

ମାନବ ଶରୀର ଅମୂଲ୍ୟ ସମ୍ପଦ
ସୁସ୍ଥତା ତା’ର କୁହୁକ,
ସୁସ୍ଥ ନିରାମୟ ଜୀବନରୁ ସଦା
ବହେ ପ୍ରତିଭା ମହକ ।

କ୍ରୋଧ ହିଂସା ଦ୍ୱେଷ ଅବା ଅତିରିକ୍ତ
କାର୍ଯ୍ୟ-ବୋଝ ମନସ୍ତାପ,
ଶାରୀରିକ କ୍ଷତି ଘଟାଏ ନିହାତି
ସୃଷ୍ଟି କରି ରକ୍ତ-ଚାପ ।

ଶାନ୍ତି ପ୍ରୀତି ସାଥେ ଶୁଦ୍ଧ-ପୂତ ଭାବ
ରହିଥିଲେ ହୃଦ-ମନ,
ଶାକାହାରୀ ସାଥେ ଆଧ୍ୟାତ୍ମିକ ବୋଧ
ଥିଲେ ହିଁ ସୁସ୍ଥ ଜୀବନ ।

ଦି’ ହଜାର ଚାରି ଅକ୍ଟୋବର ମାସ
ତାରିଖ ଅଣତିରିଶ,
କାନାଡ଼ା ଡାକ୍ତର ଘୋଷଣା ପତ୍ରରେ
ବିଶ୍ଵ ସ°ଘାତ ଦିବସ ।

ଧୀର ସ୍ଥିର ଶାନ୍ତ ନିର୍ମଳ ପବିତ୍ର
ହେଉ ସଭିଙ୍କ ହୃଦୟ,
ଶୁଭେଚ୍ଛା ଜ୍ଞାପନେ ଚାପ-ଗ୍ରସ୍ତ ନାଶେ
ସର୍ବେ ଭବ ନିରାମୟ ।

Leave a Reply

Your email address will not be published. Required fields are marked *