ବିଶ୍ବ କୁସ୍ତି ଦିବସ World Judo Day : 28th October

ମାନବ ଶରୀର ଅତୀବ ସୁନ୍ଦର
ଜୀବନ ଯେ’ ମୂଲ୍ଯବାନ,
ଜ୍ଞାନ ବିଜ୍ଞାନର ଯାଦୁକର ସିଏ
ପ୍ରକୃତି କରେ ଶୋଭନ ।

ଭିନ୍ନ ଭିନ୍ନ ହିଂସ୍ର ଜନ୍ତୁ କବଳରୁ
ସୁରକ୍ଷା ଜ୍ଞାନ କୌଶଳ,
ସାମରିକ କଳା ଅଭ୍ୟାସରେ ନର
କରନ୍ତି କୁସ୍ତି ପ୍ରବଳ ।

କୁସ୍ତି ଦିବସର ଜନକ ଜିଗୋରୋ
କାନୋ ଜାପାନ ପୁରୁଷ,
ଜନ୍ମ ଅଠର ଶ’ ଷାଠିଏ ମସିହା
ଅକ୍ଟୋବର ଅଠେଇଶ ।

ଭ୍ରାତୃତ୍ବ ମିତ୍ରତ୍ବ କୁସ୍ତି ଖେଳରୁ ହିଁ
ସୃଷ୍ଟି ଅଲମ୍ପିକ ଖେଳ,
ଦେଶ ମହାଦେଶ କୁସ୍ତି ସମ୍ମିଳନେ
ଚାରି ବର୍ଷାନ୍ତରେ ମେଳ ।

ଆତ୍ମରକ୍ଷା ସାଥେ ସ୍ବାସ୍ଥ୍ୟରକ୍ଷା ଏହି
କୁସ୍ତିର ଭାବ-ବନ୍ଧନ,
ସଂସ୍କାର ସଂହତି ଶାନ୍ତି ମୈତ୍ରୀ ପ୍ରୀତି
ସମାଜେ ଶୋଭା ବର୍ଦ୍ଧନ ।

ଅନ୍ତର୍-ଜାତୀୟ ଜୁଡୋ ମହାସଂଘ
ରଚେ ଦିବସ ପାଳନ,
ଶ୍ରଦ୍ଧା ଓ ସଦିଚ୍ଛା ସହଯୋଗ ବଳେ
ସର୍ବେ ଭବନ୍ତୁ ସୁଖିନଃ ।

Leave a Reply

Your email address will not be published. Required fields are marked *