
ଦି’ ହଜାର ଦୁଇ ମସିହା’ଠାରୁ ଯେ’
ଦିବସ ପଞ୍ଜିକରଣ,
ଚାରି ଶ’ ବର୍ଷର ଶିଳ୍ପୀଙ୍କ ସ୍ମରଣେ
ବିଶ୍ଵ ଚଳଚ୍ଚିତ୍ରାଙ୍କନ ।
ନକ୍ସା କି କାର୍ଟୁନ୍ ଚିତ୍ରାଙ୍କନ ସର୍ବ
ଚିତ୍ରଶିଳ୍ପୀ ହସ୍ତକର୍ମ,
ବାସ୍ତବ ସଜୀବ ନ ଦେଖିବା ଜନେ
ଚିତ୍ରେ ସନ୍ତୁଷ୍ଟିକରଣ ।
ଘଟଣା ହେଉ କି ଦୁର୍ଘଟନା କିଛି
କ୍ୟାମେରା’ର ଅନ୍ତରାଳ,
ଭାବନାର ଦୃଶ୍ୟ କରେ କମ୍ପୁଟର
ସତେ ଜୀବନ୍ତ ଉତ୍ତୋଳ !
ଅକ୍ଟୋବର ଅଠେ- ଇଶ ସ୍ମରେ ବିଶ୍ଵ
ଆନିମେସନ ଦିବସ,
ଚିତ୍ରରେ ମିତ୍ରରେ ରଙ୍ଗରେ ସଙ୍ଗରେ
ପ୍ରଫୁଲ୍ଲ ଜନ-ମାନସ !
ଶିଳ୍ପୀ ଚିତ୍ରକର ବିଜ୍ଞାନୀମାନଙ୍କୁ
ଶୁଭେଚ୍ଛା ଅଭିନନ୍ଦନ,
ଚକିତ ମୋହିତ ଉଲ୍ଲସିତ ହୃଦେ
ଜନେ କରନ୍ତି ଜ୍ଞାପନ ।