ମହିଳାଙ୍କ ଅକାଳ ବିୟୋଗ 

ଚଣ୍ଡିଖୋଲ ୨୫/୧୦
 ବଡ଼ଚଣା ବ୍ଲକ ଅନ୍ତର୍ଗତ ଚଣ୍ଡିତଳ ଗ୍ରାମ ର,√ସିପ୍ରା ମହାନ୍ତି ( ୪୬)ବର୍ଷରେ  ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି।  କର୍କଟ ରୋଗ ଚିକିତ୍ସା ହେଉଥିବା ସମୟରେ ନିମୋନିଆ ରେ ପଡିତ ହୋଇ ଆଇ ସି ୟୁ ରେ ୧୨ ଦିନ ଧରି ଚିକିତ୍ସିତ ହେବା ଅବସ୍ଥାରେ ବିୟୋଗ ହୋଇ ଥିଲା। ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ୱେ ବଞ୍ଚାଇ ପାରିନଥିଲେ।ସେ ସ୍ବର୍ଗତ ନଟବର ମହାନ୍ତି ଙ୍କ ସାନ ବୋହୁ ଓ ତନ୍ମୟ ମହାନ୍ତି ଙ୍କ ଧର୍ମପତ୍ନୀ । ଚଣ୍ଡିତଳ ଗ୍ରାମ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଓ ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ଚିନ୍ମୟ ମହାନ୍ତି ଙ୍କ ଭାଇ ବୋହୁ। ମୃତ୍ୟୁ ସମୟରେ ପରିବାର ର ସମସ୍ତ ସଦସ୍ୟ , ବନ୍ଧୁ ପରିଜନ ଓ ଗ୍ରାମବାସୀଙ୍କ ଉପସ୍ଥିତ ଥିଲେ।ସମଗ୍ର ଚଣ୍ଡିତଳ ଗ୍ରାମ ପଞ୍ଚାୟତରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥଲା। ମର ଶରୀର କୁ ଗ୍ରାମ ପରିକ୍ରମା କରି ଶବ ସତ୍କାର କରାଯାଇଥିଲା। ପରିବାର ର ଏକମାତ୍ର ପୁତ୍ର ବ୍ରହ୍ମତୋଷ ମୁଖାଗ୍ନୀ ଦେଇ ଥିଲେ। ମୃତ୍ୟୁ ଖବର ପାଇବା ମାତ୍ରେ ବଡ଼ଚଣା ର ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ ,ପୂର୍ବତନ ପଞ୍ଚାୟତ ସମିତିର ଅଧ୍ୟକ୍ଷ କୈଳାସ ଚନ୍ଦ୍ର ରାଉତ ,ପ୍ରହଲ୍ଲାଦ ନନ୍ଦ, ସ୍ଥାନୀୟ ସରପଞ୍ଚ ସାଗରୀକା ବିହାରୀ ,ପୂର୍ବତନ ସରପଂଚ ରବିନ୍ଦ୍ର ବେହେରା ,ବଡ଼ଚଣା ସେବା ସମବାୟ ସମିତିର ସଭାପତି ବୈକୁଣ୍ଠ ବରାଳ, ଭାଗ୍ୟଧର ରାଉତ ,ବଡ଼ଚଣା ବ୍ଲକ ଶିକ୍ଷକ ସଂଘର ସଂପାଦକ ପ୍ରଶାନ୍ତ ବେହେରା ଓ ପୂର୍ବତନ ପ୍ରଶାସନିକ ଅଧିକାରୀ ନିର୍ମଳ ଚନ୍ଦ୍ର ମିଶ୍ର ପ୍ରମୁଖ ଶୋକ ବ୍ୟକ୍ତ କରିବା ସହିତ ଶୋକ ସନ୍ତପ୍ତ ପରିବାର ଲୋକଙ୍କୁ ଶାନ୍ତ୍ବନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *