ଶର୍ଗୁ କିଶାନ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗୀତା ଅନୁଷ୍ଠିତ, ଉଦିତ ନଗର ଉଚ୍ଚ ବିଦ୍ୟାଳୟ ପ୍ରଥମ

କୁତ୍ରା ୧୬/୧୦ ( ଆ ପ୍ର) କୁତ୍ରା ବ୍ଲକ ଅନ୍ତର୍ଗତ କୁତ୍ରା ବ୍ଲକ ଅନ୍ତର୍ଗତ ତୁନମୁରାଠାରେ ଅବସ୍ଥିତ ସର୍ଗୁ କିଶାନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଜିଲ୍ଳାର ୧୨ ଟି ବ୍ଲକ ଅଂଶଗ୍ରହଣ କରିଥିବା ବେଳେ ବିଶ୍ରା ବ୍ଲକକୁ ପ୍ରତିନିଧିତ୍ଵ କରିଥିବା ଉଦିତ ନଗର ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିବା। ସର୍ଗୁ କିଶାନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମରେଶ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ସମାରୋହର ମୁଖ୍ୟ ଅତିଥି ଭାବେ କୁତ୍ରା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅନନ୍ତ କୁମାର ନାୟକ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସୁନ୍ଦରଗଡ ସଦନ ବିଇଓ ଅଶୋକ ଲାକଡା, ଏବିଇଓ ନିରଞ୍ଜନ ରାଉଳ, ଖତକୁରବାହାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦେ, ସରପଞ୍ଚ ତରଣୀସେନ ବରିହା ଯୋଗ ଦେଇଥିଲେ। ଏହାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସଦାନନ୍ଦ ପ୍ରଧାନ ଯୋଗ ଦେଇ ଏଠାରେ ଆୟୋଜିତ ବିଜ୍ଞାନ ନାଟକ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା ଦଳ ଗୁଡିକ ଉଚ୍ଚ କୋଟିର କଳା ପ୍ରଦର୍ଶନ କରିଥିବା ପ୍ରକାଶ କରିବା ସହ ଶୁଭେଚ୍ଛା ଜଣାଇଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ସୁପରଭାଇଜର ଚନ୍ଦ୍ର ଶେଖର ସା, ବିଇଓ ଅନନ୍ତ କୁମାର ନାୟକ, ଶିବା ସିମେଣ୍ଟ ସିଏସଆର ବିଭାଗ ଅଧୀକ୍ଷକ ଅଲେଖ କୁମାର ଦଳାଇ ପ୍ରମୁଖ ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ ବିଶ୍ରା ବ୍ଲକରୁ ପ୍ରତିନିଧିତ୍ଵ କରିଥିବା ଉଦିତନଗର ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ, ନୂଆଗାଁ ବ୍ଲକ ଜହରିଟୋଲି ଆଦର୍ଶ ବିଦ୍ୟାଳୟ ଦ୍ୱିତୀୟ ଓ ଲେଫ୍ରିପଡା ସର୍ଗିପାଲି ସରକାରୀ ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ସେହିପରି ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଉଦିତ ନଗର ଉଚ୍ଚ ବିଦ୍ୟାଳୟର ନିବେଦିତା ନାୟକ, ଶ୍ରେଷ୍ଠ ନିର୍ଦ୍ଧେଶକ ଭାବେ ସେହି ବିଦ୍ୟାଳୟର ଲିପିନା ମହାପାତ୍ର ଓ ଶ୍ରେଷ୍ଠ ସ୍କ୍ରିପ୍ଟ ଲେଖକ ଭାବରେ ଦେବାଶିଷ ପାତ୍ର ପୁରସ୍କୃତ ହୋଇଥିଲେ। ନାଟକ ପ୍ରତିଯୋଗୀତାରେ ବିଚାରକ ଭାବେ ପ୍ରଶାନ୍ତ କୁମାର ସାହୁ, ରବୀନ୍ଦ୍ର ପଣ୍ଡା, ଅର୍ଚ୍ଚନା ପ୍ରିୟଦର୍ଶିନୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ପ୍ରିୟଦର୍ଶିନୀ ପାଢ଼ୀ, ହରେକୃଷ୍ଣ ସାହୁ, ମନଭାଙ୍ଗି ନାୟକ, କିରଣ ଏକ୍କା, ସନିକା ଖାଲଖୋ,ଉମାଶଙ୍କର ମଲ୍ଲିକ, କବିରାଜ ସିଂହ, ବିକାଶ ଟପ୍ପୋ , ରୋଶନି ମିଞ୍ଜ, ମାରସିଆ ଟେଟେ, ଅଞ୍ଜଳୀ ତିଗ୍ଗା, କରିଶ୍ମା କେରକେଟା ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଏହି ପ୍ରତିଯୋଗିତା ଆୟୋଜନରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *