ବିଶ୍ବ ଖାଦ୍ୟ ଦିବସ

WORLD FOOD DAY🍎🍌
16th October

ପ୍ରାଣୀଜଗତ ଓ ଉଦ୍ଭିଦଜଗତ
ସମ୍ମିଶ୍ରଣେ ଆମ ବିଶ୍ବ,
ତିନି ଭାଗ ଜଳ ଏକ ଭାଗ ସ୍ଥଳେ
ନାନା ଜୀବଜନ୍ତୁ ବାସ ।

ଜୀବଜନ୍ତୁ ମଧ୍ଯେ ବିଭିନ୍ନତା ବେଳେ
ଶ୍ରେଷ୍ଠ ମାନବ ଶରୀର,
ମନୋହର ରୂପ ଗୁଣ-ଗାରିମାରେ
ସାମାଜିକ ପ୍ରାଣୀ ନର ।

ଜୀବନ-ଯାପନ ଅତୀବ ସୁନ୍ଦର
ବେଶ-ପୋଷାକ ବିଚିତ୍ର,
ବିଭିନ୍ନ ପ୍ରକାର ଆହାରରେ ଜନ
ଜୀବନକୁ କରେ ଶାନ୍ତ ।

ମାଛ ମାଂସ ଅବା ଶସ୍ଯ-ସାମଗ୍ରୀରେ
ଜନଗଣଙ୍କ ଆହାର,
ଖାଦ୍ଯ-ସାମଗ୍ରୀର ଧାନ କି ଗହମ
ଫୁଲ-ଫଳର ସମ୍ଭାର ।

ଧନୀ – ଦରିଦ୍ରର ବିଭିନ୍ନତା ମଧ୍ଯେ
କ୍ଷୁଧା-ତୃଷ୍ଣାର ସଂକଟ,
ଶସ୍ଯ ସାମଗ୍ରୀର ଉତ୍ପନ୍ନେ ସର୍କାରୀ
ସଂସ୍ଥା – ନିଗମ ଚେଷ୍ଟିତ ।

ଖାଦ୍ୟ ସାମଗ୍ରୀର ରକ୍ଷଣାବେକ୍ଷଣ
ସହିତ ଯୋଗାଣ କର୍ମ,
କ୍ଷୁଧା – ଅନାହାର ଦୂରୀକରଣରେ
ସୁସ୍ଥ ସମାଜ ନିର୍ମାଣ ।

ଫୁଲ-ଫଳଭରା ଶସ୍ଯ-ଶ୍ୟାମଳାରେ
ବିଶ୍ବ ହେଉ ପରିପୂର୍ଣ୍ଣ,
ଆଜ ବିଶ୍ବ ଖାଦ୍ୟ – ଦିବସେ ଶୁଭେଚ୍ଛା
ସର୍ବେ ଭବନ୍ତୁ ସୁଖିନଃ ।

Leave a Reply

Your email address will not be published. Required fields are marked *