ସକାଳ ସ୍ନାନ

ସକାଳ ସ୍ନାହାନ ଶରୀର ଉତ୍ତମ
ମନ୍ଦିର ଦର୍ଶନ ଶୁଉ
ଯାତ୍ରା କରୁଥିଲେ ଦେଖିଲେ କଳସ
ଭକ୍ତି ଭାବ ହୁଏ ଶୁଉ।
ପ୍ରଭୁ ନାମ ଧରି ପଥ ଚାଲୁଥିଲେ
ବାଟ ଦିସେ ପରିଷ୍କାର
ଜପୁଥିଲେ ଜପ ପାପ ହୁଏ ଦୂର
ପବିତ୍ର ଭକ୍ତି ଈଶ୍ୱର।
ମନ ମୂଳେ ଅଛି ଖୋଜିଲେ ପାଇବ
ପ୍ରଭୁ ଅଛନ୍ତି ସକଳ
ଭକ୍ତିରେ ଡାକିଲେ ଭକ୍ତିରେ ଭଜିଲେ
ଶୁଣନ୍ତି ଡାକ ବିକଳ।
ଧୂପ ଦୀପ ଦେଇ ନିତି ପୂଜା କଲେ
ମନ ରହେ ଶାନ୍ତି ସ୍ଥିର
ଖୁସିରେ ସଂସାର ଭକ୍ତିରେ ଚାଲିବ
ହସଖୁସି ନିରନ୍ତର।
ଆସୁ ଯେତେ ଶୁତ୍ରୁ ସବୁ ହବ ମିତ୍ର
ପ୍ରଭୁ ସଂସାର ସଂପଦ
ଦବ ସୁଖ ଯଶ ଅରୁଣ ଅମାପ
ଭାଗ୍ୟ ହବ ଧନ ପଦ।

(ମାନଗୋବିନ୍ଦ ସ୍ବାଇଁ)
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Leave a Reply

Your email address will not be published. Required fields are marked *