ବିଶ୍ଵ ମାନଦଣ୍ଡ ଦିବସ 🥦 World Standards Day: 14th Oct.

ସନ୍ତୁଳନ କ୍ରିୟା ପ୍ରକ୍ରିୟା ମଧ୍ଯରେ
ଆମ ଏହି ଧରାବକ୍ଷ,
ଭାରସାମ୍ଯ ସଦା ଏ ଜୀବଜଗତେ
ସୃଜନ ସୃଷ୍ଟିର ଲକ୍ଷ୍ଯ ।

ବନଲତା ହ୍ରଦ ସାଗର ଝରଣା
ସାଥେ ପଶୁ-ପକ୍ଷୀମାନ,
ଆହାଃ କି ସୁନ୍ଦର ପ୍ରକୃତିରାଣୀ ଯେ’
ସୃଷ୍ଟିକର୍ତ୍ତା’ଙ୍କ ସୃଜନ ।

ସର୍ବ ପଶୁ-ପକ୍ଷୀ କୀଟ ତରୁଲତା
ଅଟନ୍ତି ପରିପୂରକ,
ତଥାପି କାହିଁକି କିଛି ପୋକ-ଜୋକ
ଥାଆନ୍ତି କ୍ଷତିକାରକ ।

ସୃଷ୍ଟିକର୍ତ୍ତା’ଙ୍କର ସୃଷ୍ଟିର ବିଧାନ
କି’ ବୁଝିବା ଆମ୍ଭେ ନର,
ପ୍ରକୃତିର ନୀତି- ନିୟମରେ ବନ୍ଧା
ଆମ୍ଭ ଆଚାର ବିଚାର ।

ବିଶ୍ବ ମାନଦଣ୍ଡ ଦିବସେ ଶୁଭେଚ୍ଛା
ଶୁଭ ହେଉ ସନ୍ତୁଳନ,
ସୃଷ୍ଟିକର୍ତ୍ତା’ଙ୍କର ସୃଷ୍ଟି ସୃଜନରେ
ସର୍ବେ ଭବନ୍ତୁ ସୁଖିନଃ ।

Leave a Reply

Your email address will not be published. Required fields are marked *