
ପାଟଣାଗଡ- ୧୦/୧୦ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ର ବରିଷ୍ଠ ସାମ୍ବାଦିକ ତଥା ପରିବେଶ କର୍ମୀ ଡ: ଅଭୟ ତ୍ରିପାଠୀ ଙ୍କୁ ଉପଖଣ୍ଡ ସ୍ତରୀୟ ମୂଖ୍ୟମନ୍ତ୍ରୀ ବନ୍ୟପ୍ରାଣୀ ସୁରକ୍ଷା ସମ୍ମାନ ରେ ଜିଲ୍ଲା ସ୍ତରୀୟ ବିଶ୍ଵ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।ବଲାଙ୍ଗୀର ଡି ଏଫ୍ ଓ ଙ୍କ ସମ୍ମିଳନୀ କକ୍ଷ ରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମ ରେ ଡି ଏଫ୍ ଓ ଅଜିତ କୁମାର ବିଶି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୁପେ ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସବୱାଲ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ଓ ଏ ଭି ଅଧକ୍ଷ କ୍ଷମାନିଧି ଝାଙ୍କରା, ସମ୍ମାନୀତ ଅତିଥି ରୂପେ ଅଧ୍ୟାପକ ଅରିନ୍ଦମ ପରିଚ୍ଛା, କବି ରସରାଜ ଅଚ୍ୟୁତ ପୁରୋହିତ, ପରିବେଶ ବିତ୍ କୁଳମଣୀ ସାହୁ , ଏସିଏଫ୍ ମନୋଜ ବେହେରା, ଏ ପଣ୍ଡା ,ଅରବିନ୍ଦ ନାଏକ ପ୍ରାମୁଖ ଯୋଗଦେଇଥିଲେ। ଏହି ଜିଲ୍ଲା ର ସାମ୍ବାଦିକ ତଥା ପରିବେଶ କର୍ମୀ ଡ: ତ୍ରୀପାଠୀ ଙ୍କୁ ମୂଖ୍ୟମନ୍ତ୍ରୀ ବନ୍ୟପ୍ରାଣୀ ସୁରକ୍ଷା ସମ୍ମାନ ରେ ପୁଷ୍ପଗୁଚ୍ଛ,ମାନପତ୍ର , ଉପଢୌକନ ସହିତ ୨୫ହଜାର ଟଙ୍କାର ଚେକ୍ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ଜିଲା ର ଅନ୍ୟ ଦୁଇଜଣ ଙ୍କୁ ମଧ୍ଯ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ କିଛି ବନବିଭାଗ ଅଧିକାରୀ ଓ ବନ କର୍ମଚାରୀ ଙ୍କୁ ମଧ୍ଯ ସମ୍ବର୍ଦ୍ଧିତ କରାଯାଇଥିଲା।