
ପାଟଣାଗଡ଼- ୧୦/୧୦- ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ଏବଂ ୟୁଥ ବ୍ଲଡ଼ ଡୋନର ଗ୍ରୁପ ବଲାଙ୍ଗୀର ର ପ୍ରତିଷ୍ଠାତା ତଥା ସମାଜସେବୀ ଶ୍ରୀଯୁକ୍ତ ଅକ୍ଷୟ ପ୍ରଧାନ ଙ୍କର ଜନ୍ମଦିନ ଅବସରରେ ୟୁଥ ବ୍ଲଡ଼ ଡୋନର ଗ୍ରୁପ ବଲାଙ୍ଗୀର ତରଫରୁ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକରେ ଏକ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ରକ୍ତଦାନ ଶିବିର ରେ 40 ୟୁନିଟ ରକ୍ତ ସଂଗ୍ରହ ହୋଇଛି l ଉକ୍ତ ମହତ କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିବେକାନନ୍ଦ ଷଡ଼ଙ୍ଗୀ, ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷl ଶ୍ରୀମତୀ ନିରୁପମା ପଟେଲ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଅମିତା ପଣ୍ଡା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଡାକ୍ତର ସୁରଜ ଦୀପ, ଖପ୍ରାଖୋଲ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ନରେନ୍ଦ୍ର ଛତର, ଲାଠୋର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ରମାକାନ୍ତ ସାହୁ,ଫରେଷ୍ଟର ସୁଧୀର ଜେନା, ଜିପିଈଓ ପରମେଶ୍ୱର ନାୟକ,ସମାଜସେବୀ ବିପ୍ର ବିଶି, ତାପସ ରଞ୍ଜନ ବେହେରା ଉପସ୍ଥିତ ଥିଲେ l ପାଟଣାଗଡ଼ ଡାକ୍ତରଖାନା ର ବ୍ଲଡ଼ ବ୍ୟାଙ୍କ ବୁଲା ସାମାଳ ଓ ତାଙ୍କର ଟିମ ରକ୍ତ ସଂଗ୍ରହ କରିଥିଲେ l ଗ୍ରୁପର ପ୍ରକାଶ ଦାଶ, ଅଭିଳାଷ ଭୋଇ, ଯଶୋବନ୍ତ ବରିହା, ସରୋଜ ପଧାନ, ମୋହନ ସାହୁ, ରଞ୍ଜନ ପଧାନ, ଲିଙ୍ଗରାଜ ଭୋଇ, ବିମଲ ପଧାନ ଓ ଗ୍ରୁପର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l ୟୁଥ ବ୍ଲଡ଼ ଡୋନର ଗ୍ରୁପ ବଲାଙ୍ଗୀର ସବୁବେଳେ ରୋଗୀ ମାନଙ୍କୁ ରକ୍ତଦାନ, ମାଗଣା ଚକ୍ଷୁ ଚିକିତ୍ସା ଶିବିର, ମାଗଣା ସ୍ୱାସ୍ଥ୍ୟ ସେବା ଶିବିର, ଅସହାୟ ମାନଙ୍କର ସେବା କାର୍ଯ୍ୟରେ ନିୟୋଜିତ ହୋଇଥାଏ l ସମସ୍ତ ସେବା କାର୍ଯ୍ୟକ୍ରମ ଗ୍ରୁପର ସମସ୍ତ ସଦସ୍ୟଙ୍କର ପ୍ରଚେଷ୍ଟା ଓ ନିଷ୍ଠାପର କାମ ପାଇଁ ହିଁ ସବୁ ସମ୍ଭବ ହୁଏ ବୋଲି ୟୁଥ ବ୍ଲଡ଼ ଡୋନର ଗ୍ରୁପ ର ପ୍ରତିଷ୍ଠାତା ଅକ୍ଷୟ ପ୍ରଧାନ କହିଛନ୍ତି l ରୋଗୀ ଯିଏ ବି ହେଉ ରକ୍ତ ପାଇଁ ହଇରାଣ ନ ହେବା କଥା, ରୋଗୀ ଯିଏ ହେଉ ତାର ସ୍ୱାସ୍ଥ୍ୟ ସେବା ଠିକ ସେ ପାଇବା କଥା ବୋଳି ଅକ୍ଷୟ ପ୍ରଧାନ କହିଛନ୍ତି l