ନୂଆ କମିଟି ଆଗରେ ଅନେକ ଆହ୍ବାନ

ପୁରୀ, ନବଗଠିତ ହୋଇଛି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି। ଦୀର୍ଘ ଦିନ ଧରି ପରିଚାଳନା କମିଟି ନ ଥିବାରୁ ଶ୍ରୀମନ୍ଦିରର ଅନେକ ଗୁରୁତ୍ଵପୂର୍ଣ ନିଖରି ନେବାରେ ସମସ୍ୟା ଉପୁଜୁଥିଲା। ତେଣୁ ପରିଚାଳନା କମିଟିର ଦୂରତି ବୈଠକ ଅନୁଷ୍ଠିତ ହେବା ସହିତ ଅନେକ ପ୍ରସ୍ତାବ ଉପରେ ଆଲୋଚନା ହେବ। ଏସବୁକୁ ଅନୁମୋଦନ ଲାଗି ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବେ ବୋଲି ଆଶା କରାଯାଉଛି । ପ୍ରଥମରେ ରହିଛି

ଧାଡ଼ି ଦର୍ଶନ ବ୍ୟବସ୍ଥା, ସେହିପରି ଶ୍ରୀମନ୍ଦିର ଖଲି ପଦବି ପୂରଣ, ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ବ କୋଠଗୁଡ଼ିକର ଉଚ୍ଚତା ନିଗନ୍ତ୍ରଣ ନିୟମ, ରଥଯାତ୍ରା ସମୟର ବ୍ୟବସ୍ଥାବଳୀ, ଶ୍ରୀମନ୍ଦିର ସଂରକ୍ଷଣ, ସୁରକ୍ଷା ବ୍ୟବସ୍ଥା, ସମ୍ପତିର ସୁରକ୍ଷା, ଶ୍ରୀମନ୍ଦିରରେ ବ୍ୟବହୃତ ଶବ୍ଦର ପ୍ୟାଟେଣ୍ଟ, ମହାପ୍ରସାଦ ଦର ତାଲିକା ଭଳି ଅନେକ ଗୁରୁତ୍ଵପୂର୍ଣ ପ୍ରସ୍ତାବ ଆଲୋଚନା ପରେ ପରିଚାଳନା କମିଟି ଏହାକୁ ଅନୁମୋଦନ ଲାଗି ସରକାରଙ୍କୁ ସୁପାରିସ କରିବ ବୋଲି ଜଣାପଡ଼ିଛି।

ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିରେ ୮ ସ୍ଵାମୀ ସଦସ୍ୟ ଥାଆନ୍ତି। ସେମାନେ ହେଲେ ଅକ୍ଷନ୍ତ୍ର ଭାବେ ଗଜପତି, କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ରାଜ୍ୟ ମୁଖ୍ୟ ଶାସନ ସଚିବ, ସଦସ୍ୟ ଭାବେ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ, ଆଇନ ବିଭାଗ ଅତିରିକ୍ତ ସଚିବ( ଗୁଡ଼ିସିଆଳ), ପୁରୀ ଜିଲ୍ଲାପାଳ, ପୁରୀ ଏସ୍‌ପି, ଦେବୋଳର ବିଭାଗ କମିଶନର, ଭାରତୀୟ ପ୍ରତ୍ନତତ୍ତ୍ଵ ସଂସ୍ଥା ଭୁବନେଶ୍ୱର ସର୍କଲ ସୁପରିଟେଣ୍ଡେଣ୍ଟ । ବାକି ୧୦ ଜଣ ସଦସ୍ୟଙ୍କୁ ସରକାର ଚପନ କରିଥାଆନ୍ତି।

ଶ୍ରୀମନ୍ଦିର ପୁରୋହିତ ତଥା ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ସିଦ୍ଧେଶ୍ଵର ମହାପାତ୍ର ରହିଛତି, ଶ୍ରୀଜଗନ୍ନାଥଙ୍କ ସନିଏ ପରଳା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦିନକୁ ଦିନ ବଢ଼ୁଥିବାରୁ ସମସ୍ତଙ୍କ ନିମନ୍ତେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବା ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ । ତେଣୁ ନୀତି, ଦର୍ଶନ ଶୃଙ୍ଖଳା ଓ ମହାପ୍ରସାଦର ସ୍କୁଲର ଦର ନିର୍ଝରଣ ନିମନ୍ତେ ପରିଚାଳନା କମିଟି ପ୍ରାଥମିକତା ରହିବା ଉଚିତ୍‌। ଶ୍ରୀଜଗନ୍ନାଥ ସଂସ୍କୃତି ଓ ମହାପ୍ରଭୁଙ୍କ ସମ୍ପତି ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ବିଷୟ। ରଥଯାତ୍ରା

ଓ ଅନ୍ୟ ଯାନିଯାତ୍ରାର ଉତ୍ତମ ପରିଚାଳନା ମଧ୍ୟ ମହତ୍ତ୍ୱପୂର୍ଣ ପ୍ରସଙ୍ଗ। ସେବାୟତ ତଥା ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପୂର୍ଣ୍ଣଚନ୍ଦ୍ର ଗୋଳିକାରଙ୍କ ମତରେ ବର୍ଷକ ପରେ ନୂଆ ପରିଚାଳନା କମିଟି ହୋଇଛି । ନୂଆ କମିଟି ଉପରେ ବହୁ ଗୁରୁତ୍ବପୂର୍ଣ ନିଷ୍ପତି ନେବାର ଗୁରୁଭାର ରହିଛି। ସେହିପରି ବରିଷ୍ଠ ସାହିତ୍ୟିକ ବହି ମିଶ୍ର କହିଛନ୍ତି, ବହୁ ବିଳମ୍ବରେ ହେଲେ ମଧ୍ୟ ସରଜର ଶ୍ରୀଜଗନ୍ନାଥ ମନ୍ଦିର ସୁପରିଚାଳନା ପାଇଁ କମିଟି ଗଠନ କରିଥିବାରୁ ଏହା ସ୍ବାଗତଯୋଗ୍ୟ।

Leave a Reply

Your email address will not be published. Required fields are marked *