“ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଉଦଳା ର ସାମ୍ବିଧାନିକ ନିର୍ବାଚନ ଅନୁଷ୍ଠିତ”

ବାରିପଦା- ଉଦଳା(କ:ବ୍ଯୁ) ତା ୨୪.୮.୨୦୨୫ ରିଖ ଅଦ୍ଯ ରବିବାର ଦିବା ୧୧ ଘଟିକା ସମୟରେ ପ୍ରାଥମିକ ଶିକ୍ଷକ ସଂଘ ଗୃହରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଉଦଳା ର ସାମ୍ବିଧାନିକ ନିର୍ବାଚନ ପ୍ରକ୍ରିୟା ମୟୂରଭଞ୍ଜ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଆରତ କୁମାର ପରିଡ଼ା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି।ଏବଂ ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଉପ ସଭାପତି ଗାୟତ୍ରୀ ବେହେରା ଉପସ୍ଥିତ ରହିଥିଲେ।କାର୍ଯ୍ୟକ୍ରମରେ ବିଗତ ୩ ବର୍ଷରେ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ କରାଯାଇଥିବା ସମସ୍ତ କାର୍ଯ୍ୟର ସଂପାଦକୀୟ ବିବରଣୀ ପାଠ ସଂଘର ସମ୍ପାଦକ ଲଳିତ କୁମାର ବେହେରା ପ୍ରଦାନ କରିଥିଲେ।ଏହାପରେ ସଂଘର ସଭାପତି ଅନ୍ତର୍ଯ୍ୟାମୀ ବେହେରା ଏ.ୟୁ.ପି.ଟି.ଏଫ୍. ସଂଘର ଗୁରୁତ୍ୱାବଳୀ କୁ ଉପସ୍ଥାପନ କରିଥିଲେ।ତତ୍ପରେ ସାମ୍ବିଧାନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରାଯାଇ ନୂତନ କର୍ମକର୍ତ୍ତା ଚୟନ ଦ୍ଵାରା ଉଦଳା ରେ ପ୍ରାଥମିକ ଶିକ୍ଷକ ସଂଘ ପୁନର୍ଗଠନ କରାଯାଇଥିଲା।ଉକ୍ତ କମିଟିରେ ଉପଦେଷ୍ଠା ଭାବେ ଆରତ କୁମାର ପରିଡ଼ା, ସୁଦର୍ଶନ ନାୟକ,ପ୍ରମୋଦ କୁମାର ମହାନ୍ତି ,ସଭାପତି ଭାବେ ଅନ୍ତର୍ଯ୍ୟାମୀ ବେହେରା, କାର୍ଯ୍ୟକାରୀ ସଭାପତି ଭାବେ କୃଷ୍ଣ ଚନ୍ଦ୍ର ମହାନ୍ତ,ଉପ ସଭାପତି ଭାବେ ମାଳତୀ ଲତା ବେହେରା ଏବଂ କରୁଣାକର ନାୟକ, ସାଧାରଣ ସମ୍ପାଦକ ଲଳିତ କୁମାର ବେହେରା, ଯୁଗ୍ମ ସମ୍ପାଦକ ଭାବେ ସତ୍ୟେନ୍ଦୁ ଜେନା ଏବଂ ସୂର୍ଯ୍ୟମଣି ଡାକୁଆ, କୋଷାଧ୍ୟକ୍ଷ ଭାବେ ଲତିକା ଦାସ, ସମୀକ୍ଷକ ଭାବେ ମିନାକ୍ଷୀ ପାଲ, ବ୍ଲକ ସଂଯୋଜକ ଭାବେ ତପନ କୁମାର ମହାନ୍ତ ଏବଂ ଦୀପ୍ତିମୟୀ ପ୍ରଧାନ, ସଂଗଠନ ସମ୍ପାଦକ ଭାବେ ପାର୍ବତୀ ମୁର୍ମୁ ଏବଂ ବିକାଶ କୁମାର ପରିଚ୍ଛା, ମିଡିଆ ସେଲ ଭାବେ ଇନ୍ଦୁମତି ବିନ୍ଧାଣୀ ଏବଂ ବର୍ଷା ପରିଡ଼ା,କ୍ଲଷ୍ଟର ସଂଯୋଜକ ଭାବେ ଦେବେନ୍ଦ୍ରନାଥ ପଣ୍ଡା, ଉମାକାନ୍ତ ନନ୍ଦ,ସୁଦର୍ଶନ ନାୟକ, ବିଶ୍ଵନାଥ ଟୁଡୁ, ମଧୁସ୍ମିତା ଦାସ, ଶରତ ଚନ୍ଦ୍ର ସିଂ, ଆରତୀ ମଣି ସିଂ, ପ୍ରଫୁଲ୍ଲ ସେଠୀ,ଉପେନ୍ଦ୍ର ମହାପାତ୍ର, କାଜଲ ବାଲା ଜେନା ଏବଂ ପ୍ରଦୀପ ଦାସ ଆଦିଙ୍କୁ ନେଇ ଗଠନ କରାଯାଇଛି।କାର୍ଯ୍ୟକ୍ରମରେ
ସୁଭଲକ୍ଷ୍ମୀ ପାସା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବିକାଶ କୁମାର ପରିଚ୍ଛା ଧନ୍ୟବାଦ୍ ଅର୍ପଣ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *