


କେସିଙ୍ଗା,27.08.25
କେସିଙ୍ଗା : ଗତ କାଲି ବିଜେପି ରାଜ୍ୟ ସଭାପତି ଙ୍କ ନାମ ଘୋଷଣା ପରେ ପ୍ରଥମ ଥର କଳାହାଣ୍ଡି ଜିଲ୍ଲା ଗ୍ରସ୍ତ ରେ ମନମୋହନ ସାମଲ।କଳାହାଣ୍ଡି ର ଦ୍ୱାର କୁହାଯାଉଥିବା କେସିଙ୍ଗା ଅମାଠ ଛକ ରୁ କେସିଙ୍ଗା ନଗର ଦେଇ କଳାହାଣ୍ଡି ଜିଲ୍ଲାରେ ପାଦ ଦେଇଛନ୍ତି ସଭାପତି।ସଭାପତି ଆସିବେ ବୋଲି ଚାରିଦିନ ଆଗରୁ କର୍ମୀ ଙ୍କ ତତ୍ପର ଦେଖାଯାଇଥିଲା।ପ୍ରସ୍ତୁତି ବୈଠକ ସାଙ୍ଗକୁ ରଣନୀତି ପ୍ରସ୍ତୁତ କରାଯାଇଥିଲା ଦୁଇଦିନ ଆଗରୁ।ସହରରେ ସ୍ଥାନେ ସ୍ଥାନେ ବଡ଼ ବଡ଼ ବ୍ୟାନର ରେ କର୍ମୀଙ୍କ ଫୋଟୋ ସହିତ ସଭାପତି ଙ୍କୁ ଜିଲ୍ଲାରେ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ସଭାପତି ଅମାଠ ଛକ ରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲା ର ସଭାପତି ଯୁଗଳ ପୋଢ଼ ସହ କେସିଙ୍ଗା ବିଜେପି ପକ୍ଷରୁ ଏକ ବିରାଟ ମଟର ସାଇକଲ ଶୋଭାଯାତ୍ରା ରେ କେସିଙ୍ଗା କୁ ପାଛୋଟି ଅଣାଯାଇଥିଲା।କେସିଙ୍ଗା ସ୍ଥାନୀୟ ପୁରୁଣା ଷ୍ଟେଟ ବ୍ୟାଙ୍କ ପାଖରେ ସଭାପତି ଙ୍କୁ ଦଳୀୟ କର୍ମୀ ମାନେ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ଏଥିରେ କଳାହାଣ୍ଡି ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ଙ୍କ ସମେତ କେସିଙ୍ଗା ନଗର ସଭାପତି ପିଙ୍କୁ ପରିଡ଼ା, ସମ୍ପାଦକ ଯୁଗଳ କିଶୋର ଦୀପ,ପୂର୍ବତନ ସଭାପତି ପ୍ରଶାନ୍ତ ବାନାର୍ଜୀ, ମଗନ୍ ସିନ୍ଦୂର,ରାଜ୍ୟ ସାଧାରଣ ସମ୍ପାଦକ ସନ୍ତୋଷ ଦାସ,ପୂର୍ବତନ ଜିଲ୍ଲା ଉପସଭାପତି ବିର୍ଦ୍ଧ ଜୈନ, ଉପ ସଭାପତି ପ୍ରୀତେଶ ପଟେଲ, ପ୍ରମୁଖ ଉପସ୍ଥିତ ରହି ସଭାପତି ଙ୍କୁ ଭବାନୀପାଟଣା କୁ ପାଛୋଟି ନେଇଥିଲେ।
କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ