ଗାଇସିଲେଟ : ଦୁର୍ନୀତି ଉପରେ ଦୁର୍ନୀତି ଚାଲିଛି ତ ବୁଝିବ କିଏ ? ପ୍ରଶ୍ନ କିଏ କାହାକୁ ପଚାରେ କେହି ଜାଣେନା l ମହା ଦୁର୍ନୀତି ଘଟୁଛି ଅଞ୍ଚଳର ସମବାୟ ସମିତି ଅଫିସରେ l ଘଟଣାଟି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅଂଚଳରେ l ଯେଉଁଠିକି ଯିବା ଖାଲି ଚାଷୀ ଉପରେ ମହାଦୁର୍ନୀତି l ତଥାପି ବିଚରା ଚାଷୀ କାହାକୁ କିଛି ନ କହି ନିଜ ଭାଗ୍ୟକୁ ଆଦରି ଚାଲିଛି l ସରକାରଙ୍କ ପାଖରୁ ଯାହା ଆସୁଛି ବାଟ ମାରଣା l ଖାଲି କାଗଜ ପତ୍ରରେ ସବୁ ପୁରା କାମ l ଆଜି ସୁବିଧା ପାଉଛି ବଡବଡକିଆ ଚୁପରା ନେତା ଲୋକ l ଏ ଦୁନିଆଁରେ ଯୋର ଯାର ମୂଳକ ତାର l ଚାଷୀ ପୂର୍ବାହ୍ନ ଚାରିଟାରୁ ଧାଡି ବାନ୍ଧିଛି, ତା ପାଇଁ ସମୟ ଆସୁନାହିଁ କି ଧାଡି ସରୁନାହିଁ l କିଛି କର୍ତୃପକ୍ଷଙ୍କୁ ଆପତ୍ତି କଲେ ଚିନ୍ତା କରନ୍ତୁ ନାହିଁ କହୁଛନ୍ତି ଓ ବେଶୀ କିଛି କହିଲେ ରାଗ ତମ ତମ ହେବା ଭଷା କହନ୍ତି l ଏଣୁ ଚାଷୀ ଅସୁବିଧାର ବିଚାରକୁ ଆଖି ଆଗରେ ରଖି ସେବା ମନୋଭାବପନ୍ନ ପାଇଁ ଅଞ୍ଚଳ ବାସୀ ଙ୍କ ଆଦେଶ l ଗାଇସିଲେଟରୁ ଫକୀର ଦୀପଙ୍କ ରିପୋର୍ଟ l