


କେସିଙ୍ଗା,27.08.25
କଳାହାଣ୍ଡିର କେସିଙ୍ଗା ବ୍ଲକସ୍ଥିତ ସମସ୍ତ ସ୍କୁଲ ରେ ଆଜି ଗଣେଶ ଚତୁର୍ଥୀ ଅବସରେ ଭଗବାନ ଗଜାନନ ଙ୍କ ପୂଜାର୍ଚ୍ଚନା ମହାସମାରୋହରେ ପାଳିତ ହୋଇଯାଇଛି | ଏହି ଅବସରରେ ଦ୍ରୋଣାଚାର୍ଯ୍ୟ ସ୍କୁଲ, କେନ୍ଦୁପଡ଼ା ବିଦ୍ୟାଳୟର ପ୍ରିନ୍ସପାଲ ଅର୍ଚ୍ଚନା ଅଗ୍ରଓ୍ବାଲଙ୍କ ନେତୃତ୍ୱରେ ବିଦ୍ୟାଳୟର ଛାତ୍ରୀଛାତ୍ର ଏବଂ ଶିକ୍ଷକମାନଙ୍କ ଦ୍ୱାରା ଏକ ନିଆରା ଢଙ୍ଗରେ ଗଣେଶଙ୍କର ୧୦୦୮ ମୂର୍ତ୍ତି, ଏବଂ ଚିତ୍ରକଳା ମାଧ୍ୟମରେ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଏହି ପ୍ରଦର୍ଶନୀରେ ଆସିଥିବା ଅତିଥି ଏବଂ ଅଭିଭାବକମାନେ ଛାତ୍ରୀଛାତ୍ରଙ୍କ ଦ୍ୱାରା ପ୍ରଦର୍ଶିତ ଗଣେଶଙ୍କର ବିଭିନ୍ନ ରୂପରେ ସାଜସଜ୍ଜା ଦେଖି ଉଚ୍ଚ ପ୍ରଶଂସା କରିବା ସହ ଏକ ଭକ୍ତିମୟ ପରିବେଶରେ ସାମିଲ ହୋଇ ଆନନ୍ଦ ଅନୁଭବ କରିଥିଲେ। ଏହି ପ୍ରଦର୍ଶନୀ କରିବାର ଉଦ୍ଦେଶ୍ୟ ହେଉଛି ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆମ ପରମ୍ପରା ଏବଂ ସଂସ୍କୃତିକୁ ନେଇ ସଚେତନ କରାଇବା ଏବଂ ତାଙ୍କ ଭିତରେ ଏକତାର ଭାବ ଜାଗ୍ରତ କରାଇବା ଏହି ପ୍ରଦର୍ଶନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଅଗ୍ରଓ୍ବାଲ ମହାସଭାର ସଭାପତି, ମାରଓ୍ବାଡି ୟୁବମଞ୍ଚର ସଭାପତି, ଜେ.ସି. ଆଇ ସଭାପତି ପ୍ରମୁଖ ଅତିଥି ରୂପେ ଯୋଗଦେଇ ପ୍ରଦର୍ଶନୀର ଉଦ୍ଘାଟନ କରିଥିଲେ। ଏହି ବିଦ୍ୟାଳୟର ଭାଇସ୍ ପ୍ରିନ୍ସପାଲ ପଦ୍ମନାଭ ପାଠୀ, ବିଦ୍ୟାଳୟର ଶିକ୍ଷକ ଧର୍ମେନ୍ଦ୍ର ନାଏକ, ରଜନୀ ରାଣୀ ପାତ୍ର, ପ୍ରେମଶିଳା ସିଂହ ପ୍ରମୁଖ ଏହି କାର୍ଯ୍ୟକ୍ରମର ପରିଚାଳନା କରିବାରେ ସାହାଯ୍ୟ କରିଥିଲେ।
କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ