ବରଗଡ଼ : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ର କୁଣ୍ଡାଖାଇ ଗୋଟେ ଗ୍ରାମପଞ୍ଚାୟତ l ସେହିପରି ପଡୋଶୀ ବିଜେପୁ୍ର ବ୍ଲକର ଲାଉମୁଣ୍ଡା ଗୋଟେ ଗ୍ରାମପଞ୍ଚାୟତ, କିନ୍ତୁ ସଞ୍ଜିଗକୁ ରାସ୍ତା ନାହିଁ l ଆଗରୁ ଯୋଉ ଗୋଟେ ମାଟି ରାସ୍ତା ଥିଲା ତାହା ବର୍ଷା ଦିନେ ଯିବାକୁ ବାଇକ ଯୋଗେ ଭାରି କଷ୍ଟ ଲପୁନି ଏବର ଟ୍ରାକ୍ଟର କଥା କହିଲେ ନ ସାରେ l ଲୁହଚକ ଲଗେଇ ପାଇଁ ଆଲକାତରl ରାସ୍ତା ନଷ୍ଟ ହଉଛି l ପୁଣି ଗାଁ ମୁଣ୍ଡରେ ବୋର୍ଡରେ ଲେଖା ଅଛି ଲୁହଚକ ଲଗେଇବା ମନା l କିନ୍ତୁ ନଦୀ ଉପକୂଳବାସୀ ବାଲି ପାଇଁ ପିଇବାକୁ ପାଣି ପାଉନାହାନ୍ତି ମାଫିଆ ବାଲି ଠିକାଦାରଙ୍କ ବାଲି ଚୋରି ପାଇଁ l ସରକାର ବାଲି କାଢି ପାଣି ଯୋଗାଇବା ସରକାର, ହେଲେ ବାଲି ମାଫିଆଙ୍କୁ ସହଯୋଗ କରି ଅର୍ଥାତ ନିଜେ ବାଲି ବିକ୍ରିକରି ଲାଭବାନ ହେବା କାହାର ଇଛା ନାହିଁ ? ତେଣୁ ଗରିବ କିପରି ଚଳିବ କିଏ ବୁଝିବ ? ଏହି କୁଣ୍ଡାଖାଈରୁ ଲାଉମୁଣ୍ଡା ରାସ୍ତାର ନବୀକରଣ କରିବାକୁ ଅତି ଜରୁରୀ ଅଟେ l ପୁଣି ଗାଁ ମୁଣ୍ଡରେ ପାଣି ନିଷ୍କାସନ ନାଳ ବନ୍ଦ ଓ ନଳକୂପର ପାଣି ରାସ୍ତା ଉପରେ ମାଡି ଚାଲିଛି ସରକାରଙ୍କ ନଜର ନାହିଁ l ଆଉ ଠିକାଦାରଙ୍କ କଥା ଅଲଗା, ନର୍କରେ ପଡିଲେ ଦାନ୍ତରେ କାଢ଼ିବ l କୁଣ୍ଡାଖାଇ ଅର୍ଦ୍ଧ ନିର୍ମିତ ରାସ୍ତା ଶୀଘ୍ର ହେବାକୁ ଗ୍ରାମବାସୀ ସହିତ ଅଞ୍ଚଳ ବାସୀ ଟାକିରହିଛନ୍ତି l ଏଣୁ ରାଜନେତା ଘରେ ବସି ପଇସା ଗୋଟେଇବା ବନ୍ଦ କରି ଜନସେବା ପାଇଁ ଆଗେଇ ଅସି ଲୋକଙ୍କ କଥା ବୁଝିବାକୁ ବାକି ରହିଲା l ଆଉ କୁଣ୍ଡାଖାଇ ସରପଞ୍ଚଙ୍କ କଥା କି ପଚାରେ l