
ଚଣ୍ଡିଖୋଲ ୪/୮(କବ୍ୟୁ)ଚଣ୍ଡିଖୋଲ ସ୍ଥିତ କ୍ରିଏଣ୍ଟ ଷ୍ଟୁଡିଓ ପକ୍ଷରୁ ବଡଚଣା ବ୍ଲକ୍ ଅନ୍ତର୍ଗତ ଭୁଷଣ୍ଡପୁର ସ୍ଥିତ ଗ୍ରାମୀଣ ପାର୍କ ଠାରେ ଏକ କଳାକାର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପାଶ୍ଚାତ୍ୟ ଶିକ୍ଷା ସଂସ୍କୃତି ପ୍ରଭାବ ଓ ଆଧୁନିକତାର ଚାକଚକ୍ୟ ମଧ୍ୟରେ ଆମ ଓଡିଆ ସମାଜରୁ ହଜି ଯାଉଥିବା ଓଡ଼ିଆ କଳା ସଂସ୍କୃତିକୁ ଉଦ୍ଜିବିତ କରିବା ସହିତ ଏହାର ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସହିତ କଳା ପ୍ରତି ନିଷ୍ଠା, ଦକ୍ଷତା,ଓ ଉତ୍ସର୍ଗୀକୃତ ସମର୍ପଣ ଭାବ ପାଇଁ ଏହି ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇ ଥିଲା ଏଥିରେ ବରିଷ୍ଟ କଳାକାର ଦୁର୍ଯ୍ୟୋଧନ ବେହେରା, ଦେବାନନ୍ଦ ଦାସ, ଅରୁଣ କୁମାର ଦାସ ଜଗତ ଜିତ୍ ଜେନା, ପ୍ରଶାନ୍ତ କୁମାର ଜେନା, ଆଶୁତୋଷ ମହାରଣା, ସୁରେନ୍ଦ୍ର ମହାପାତ୍ର ସମେତ ସମ୍ପାଦକ ସୌରଭ ମହାନ୍ତି, ସିନେମା ଅଟୋଗ୍ରାଫର୍ ବିଶ୍ୱଜିତ୍ ନାୟକ, ମୂଖ୍ୟ ପରିଚାଳକ ସାଗର ସାହାଣୀ,ସମେତ ନାୟକ, ନିର୍ଦ୍ଦେଶକ ଓ ନୃତ୍ୟ ନିର୍ଦ୍ଦେଶକ ଙ୍କୁ ମୁଖ୍ୟ ଅତିଥି ଅବସରର ପ୍ରାପ୍ତ ପ୍ରଧାନ ଶିକ୍ଷକ ରାଧାକାନ୍ତ ସାମଲ ପୁଷ୍ପ ଗୁଚ୍ଛ,ଉତ୍ତରୀୟ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଦୀର୍ଘ ଦିନ ଧରି କ୍ରିଏଣ୍ଟ ଷ୍ଟୁଡିଓ ସାମାଜିକ ସଚେତନତା ଧର୍ମୀ ବିଷୟ ବସ୍ତୁକୁ ନେଇ କ୍ଷୁଦ୍ର ଚଳଚ୍ଚିତ୍ର, ଓ ଧାରାବାହିକ ମଧ୍ୟମରେ ସାମାଜିକ ପରିବର୍ତ୍ତନ ଆଣିବା ପାଇଁ ତାର ପ୍ରୟାସ ଜାରି ରଖିଛି। ଭବିଷ୍ୟତରେ ଅନୁଷ୍ଠାନ ପକ୍ଷରୁ ଅନେକ ସୃଜନଶୀଳ କାର୍ଯକ୍ରମ ଜlରିରଖିବ ବୋଲି କୁହା ଯାଇଛି।